ଖୁବଶୀଘ୍ର ଭାରତରେ ଟ୍ରାଏଲ ହେବ ଆମେରିକା ଶସ୍ତା କରୋନା ଟିକା, ସାଧାରଣ ତାପମାତ୍ରାରେ ବି କରିପାରିବେ ଷ୍ଟୋର

74

କନକ ବ୍ୟୁରୋ : ଭାରତରେ ଖୁବଶୀଘ୍ର ଆମେରିକାର ଏକ୍ସଟନ ବାୟୋସାଇନ୍ସର ସେକେଣ୍ଡ ଜେନେରେସନ କୋଭିଡ-୧୯ ଟିକାର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ । ଦାମ କମ ଥିବା ସହ ଏହି ଟିକାର ଉତ୍ପାଦନ ଶୀଘ୍ର ହୋଇପାରିବ । ଟିକା ନେଇଥିବା ଲୋକର ଯଦି ରୋଗ ପ୍ରତିରୋଧକ ଶକ୍ତି କମିଯାଏ ତେବେ ତୁରନ୍ତ ପୁଣି ଏହି ଟିକା ଦିଆଯାଇ ପାରିବ । ଏହାସହ ଏହି ଟିକାକୁ ଷ୍ଟୋର କରିବାକୁ ଫ୍ରିଜର ଆବଶ୍ୟକ ପଡିବ ନାହିଁ । କାରଣ ଏହା ଘରେ ସାଧାରଣ ତାପମାତ୍ରାରେ ବି ଷ୍ଟୋର କରାଯାଇ ପାରିବ । ଏହି ଟିକାର କ୍ଲିନିକାଲ ଟ୍ରାଏଲ ପୂର୍ବରୁ ସୁରକ୍ଷାକୁ ନଜରରେ ରଖି ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟେରୀକୁ ପଠାଯାଇଛି ।

ଏହି ଟିକାର ପ୍ରାରମ୍ଭିକ ନାମ ଏକେଏସ-୪୫୨ ରଖାଯାଇଛି । ଏହା ୨୫ ଡିଗ୍ରୀ ତାପମାତ୍ରରେ ଅତିକମରେ ୬ ମାସ ରଖାଯାଇପାରିବ । ଏହାସହ ୩୭ ଡିଗ୍ରୀ ତାପମାତ୍ରାରେ ଏହାକୁ ୧ ମାସ ପର୍ଯ୍ୟନ୍ତ ଷ୍ଟୋର କରାଯାଇ ପାରିବ । ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ଏହି ଟିକାର ସାମ୍ପଲ କସୋଲିର ସିଡିଏଲକୁ ପଠାଯାଇଛି, ଆଶା କରାଯାଉଛି କି ୧ମାସ ମଧ୍ୟରେ ଦେଶର ୧୨ ଟି ସ୍ଥାନରେ ଏହାର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ । ଏହି ଟ୍ରାଏଲ ଶେଷ ହେବାକୁ ପୁରା ୧ ବର୍ଷ ଲାଗିବ ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି ।