ପାହାଡ଼ ଚଢ଼ିଲେ ହେବ ପାଠପଢ଼ା । ବୌଦ୍ଧ ଜିଲ୍ଲାରୁ ଆସିଲା ଅନଲାଇନ ପାଠର ବିକଳ ଚିତ୍ର : ପାହାଡ଼ ଉପରେ ବସି ଦୁଇଘଂଟା ଲେଖାଏଁ କ୍ଲାସ୍ କରୁଛନ୍ତି ହରଭଙ୍ଗା ବ୍ଲକ ପଲାସିକୁଟୁଣି ଗାଁର ଛାତ୍ରଛାତ୍ରୀ

133

କନକ ବ୍ୟୁରୋ : କରୋନା କାଳରେ ଅନଲାଇନରେ ପିଲାଙ୍କ ପାଠପଢା ଚାଲିଥିବା ବେଳେ ଏବେ କେତେକ ସ୍ଥାନରେ ସମସ୍ୟା ହୋଇଛି ମୋବାଇଲ ନେଟୱର୍କ । ପାଠ ପଢିବା ପାଇଁ ପିଲାଙ୍କୁ ପାହାଡ ଚଢିବାକୁ ପଢୁଛି । କାରଣ ଗାଁ ଭିତରେ ନେଟୱର୍କ ଆସୁନି । ଦେଖନ୍ତୁ ଏହି ରିପୋର୍ଟ ।

ପାହାଡ ଉପରେ, ଗଛ ଉପରେ ଚାଲିଛି ପାଠ ପଢା । କିଛି ଯୁବକଙ୍କ ହାତରେ ମୋବାଇଲ, ଆଉ ପିଲାଏ ବସି ପଢୁଛନ୍ତି ପାଠ । ଏହି ଯୁବକମାନେ ସେମାନଙ୍କୁ ପାଠପଢାରେ ଗାଇଡ କରୁଛନ୍ତି । ଏ ଦୃଶ୍ୟ ହେଉଛି ବୈଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପଲାସିକୁଟୁଣି ଗ୍ରାମର । ଅନଲାଇନରେ କ୍ଲାସ କରିବା ପାଇଁ ମୋବାଇଲରେ ନେଟୱର୍କ ଖୋଜି ଖୋଜି ପିଲାଏ ଆସି ପହଂଚିଛନ୍ତି ପାହଡ ଉପରେ । ପ୍ରତିଦିନ ପ୍ରାୟ ୨ ଘଂଟା ଧରି ଏହିପରି ପାଠପଢା ଚାଲେ ।

ଅନଲାଇନରେ ହେଉଥିବା ଏହି ପାଠପଢା ପିଲାଙ୍କୁ ବୁଝିବାରେ ଏତେଟା ସହଜ ହେଉନଥିବାରୁ ଗାଁର ଯୁବକମାନେ ପାଳି କରି ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଦିଆଯାଉଥିବା ଶିକ୍ଷାକୁ ଟିକିନିଖି ବୁଝେଇ ଦେଉଛନ୍ତି । ଡିଜିଟାଲ ଭାରତର କଥା କୁହାଯାଉଥିବା ବେଳେ ଏପରି ବି ଗାଁ ରହିଛି ଯେଉଁଠି ମୋବାଇଲ ନେଟୱର୍କ ନାହିଁ । କରୋନା କଟକଣା ସମୟରେ ଜିଲ୍ଲାର ପାଖାପାଖି ୪୫ଟି ଗାଁରେ ଏପରି ଅବସ୍ଥା । କିନ୍ତୁ ଶିକ୍ଷା ପ୍ରତି ଆଗ୍ରହ ରଖୁଥିବା ଏହି ଗାଁ ପିଲାଙ୍କ ପାଖରେ ମୋବାଇଲ ସିନା ପହଂଚିପାରିନି କରୋନା କାଳରେ ଶିକ୍ଷା ପହଂଚାଇବାରେ ଶିକ୍ଷା ବିଭାଗ ବେଶ ତତ୍ପରତା ଦେଖାଇଛି ।