କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ସତ୍ୟବ୍ରତ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି କ୍ଲାଇମେଟ୍ ପଂଚାୟତ । ଏହି କାର୍ଯ୍ୟକ୍ରମରେ କଟକ ବାରବାଟୀ ବିିଧାୟିକା ସୋଫିଆ ଫିର୍ଦ୍ଦୋସ୍ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବିିଧାୟିକା ସବୁଜ ସହର ଉପରେ ଗୁରୁତ୍ୱାରୋପ କରିବା ସହ ସମ୍ବାଦ ଗ୍ରୁପର ଏ ନିଆରା ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଗ୍ରୀନ୍ ପଲିସିରେ ଫଣ୍ଡସ୍ ନିୟୋଜିତ କରିବା ସହ ସରକାରଙ୍କ ପକ୍ଷରୁ ହୋଇଥିବା ସୋଲାର୍ ପଲିସି ଏବଂ ରେନ୍ ୱାଟର୍ ପଲିସି ଉପରେ ଦୃଷ୍ଟିନିକ୍ଷେପ କରିଥିଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ । ସେ କହିଥିଲେ , ଗ୍ରୀନ୍ ପଲିସିରେ ଗ୍ରୀନ୍ ପ୍ରଡକ୍ଟ ବ୍ୟବହାର କରିବା ନିହାତି ଆବଶ୍ୟକ । କଟକରେ ଅନେକ ବଡ଼ ବଡ଼ ଗଛ କଟାଯାଇଥିବା ବେଳେ ପୁନଶ୍ଚ ବୃକ୍ଷରୋପଣ କରାଯିବ ଏବଂ ଆମର ଆଶା ଖୁବଶୀଘ୍ର ସରକାର ଓଡ଼ିଶାରେ ଗ୍ରୀନ୍ ପଲିସି ନେଇଆସିବେ ।
ସୁସ୍ଥ ସମାଜ ପାଇଁ ଆବଶ୍ୟକ ସୁସ୍ଥ ପରିବେଶ । କିିନ୍ତୁ ପ୍ରଦୂଷିତ ପରିବେଶ ଆଜି ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ପରିବେଶ ସନ୍ତୁଳିତ ନ ରହିଲେ କେବଳ ମାନବ ସମାଜ ନୁହଁ , ପ୍ରାଣୀ ଏବଂ ଉଦ୍ଭିଦ ସମାଜ ମଧ୍ୟ ପ୍ରଭାବିତ ହେବ । ଏହି ବିଷାକ୍ତ ସମସ୍ୟାର ସମାଧାନ ପାଇଁ ଆଉ ଏ ସମ୍ପର୍କରେ ଆଲୋଚନା ପାଇଁ ଆଗକୁ ଆସିଛି ସମ୍ବାଦ ଗ୍ରୁପ । ପରିବେଶ ସୁରକ୍ଷା ପାଇଁ ସମ୍ବାଦ ଗ୍ରୁପର ସ୍ୱତନ୍ତ୍ର ପରିକଳ୍ପନା କ୍ଲାଇମେଟ୍ ପଂଚାୟତର ଦ୍ୱିତୀୟ ପ୍ରୟାସ ଆରମ୍ଭ ହୋଇଛି ଭାଇଚାରାର ସହର କଟକରୁ । ପରିବେଶ ବଂଚିଲେ ଆମେ ସମସ୍ତେ ବଂଚିବା । ବର୍ତମାନର ସମୟରେ ପରିବେଶ ପାଇଁ କ୍ଲାଇମେଟ୍ ପଂଚାୟତ ଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଥିବା ବେଳେ, ପ୍ରତିଟି ଲୋକ ଆଜିର ଦିନରେ ବୃକ୍ଷରୋପଣ କରିବା ସହ , ପଲିଥିନର କମ୍ ବ୍ୟବହାର କରିବା ନିତାନ୍ତ ଆବଶ୍ୟକ ।