କନକ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନ ଅନେକ ସମୟରେ ବିଭିନ୍ନ ରୋଗର କାରଣ ହେଉଥିବା ବେଳେ ଏବେ ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁ ପାଇଁ ବିପଦ ଆଣୁଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁ ବେଶି ପ୍ରଭାବିତ ହେଉଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଡବ୍ଲୁଏଚଓର ଏକ ତଥ୍ୟ ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ-
- ଗର୍ଭଧାରଣ ଜନତି ସମସ୍ୟା
- ସମୟ ପୂର୍ବରୁ ଶିଶୁର ଜନ୍ମ
- ନବଜାତ ଶିଶୁର ଓଜନ କମିବା
- ମସ୍ତିକ ବିକାଶ ପ୍ରଭାବିତ ହେବା
- ମୃତଶିଶୁ ଜନ୍ମ ହେବା
ଭଳି ସମସ୍ୟା ଦେଖାଯାଉଛି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହାଦ୍ୱାରା ଗର୍ଭବତୀ ମହିଳା ଓ ଶିଶୁଙ୍କ ଉପରେ ଗଭୀର ପ୍ରଭାବ ପଡୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ।
ଦୁବାଇରେ ଜଳବାୟୁ ପରିବର୍ତ୍ତନ ଉପରେ ହେବାକୁ ଥିବା ସିଓପି ସମ୍ମିଳନୀ ପୂର୍ବରୁ ଜାତିସଂଘ ଏଜେନ୍ସି ଦ୍ୱାରା କଲ୍ ଫର ଆକ୍ସନ ଜାରି ହୋଇଛି । ଏଥିରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମହିଳା ଓ ଶିଶୁ ଉପରେ ହେଉଥିବା ସମସ୍ୟା ସମ୍ପର୍କ ଆଲୋଚନା କରିବା ପାଇଁ ଦାବି ହେଉଛି । ତେବେ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବିଶ୍ୱ ସମୁଦାୟ ଗମ୍ଭୀରତାର ସହ ବିଚାର କରିବାର ଆବଶ୍ୟକତା ରହିଛି ।