ମହଙ୍ଗା ପଡିଲା ସମ୍ପତ୍ତିି ଲୋଭ । ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ ମାମଲାରେ କିରାଣୀକୁ ୫ ବର୍ଷ ଜେଲ ।

108

କନକ ବ୍ୟୁରୋ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ କିରାଣୀକୁ ୫ ବର୍ଷ ଜେଲ । ମୟୂରଭଞ୍ଜ ବାରିପଦା ସ୍ପେଶାଲ ଭିଜିଲାନ୍ସ କୋର୍ଟ ଏକ ଆୟ ବର୍ହିଭୂତ ମାମଲାରେ ଏଭଳି ସଜା ଶୁଣାଇଚନ୍ତି । ବାରିପଦା ଯାଉନ ଥାନାରେ ପ୍ଲାନିଂ କାର୍ଯ୍ୟାଳୟରେ ପୂର୍ବତନ କିରାଣୀ ପ୍ରତାପ ଚନ୍ଦ୍ର କେଶୀଙ୍କୁ ୫ ବର୍ଷର ସଜା ଶୁଣାଇବା ସହ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୩ରେ ଆୟ ବହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ପ୍ରତାପ । ଆୟ ତୁଳନାରେ ତାଙ୍କର ସମ୍ପତି ୮୮ ପ୍ରତିଶତ ଅଧିôକ ଅଛି ।