ଭିଜିଲାନ୍ସ ଜାଲରେ କିରାଣି : ଭୁବନେଶ୍ୱର ସବ କଲେକ୍ଟର ଅଫିସର କିରାଣୀ ଉଦୟ ନାଥ ଜେନାଙ୍କ ଘରେ ଓ ଅଫିସରେ ରେଡ଼ 

ସେପଟେ  ଧର୍ମଶାଳା ସବିରେଜିଷ୍ଟ୍ରାର ଅଫିସର କିରାଣିଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ାଉ

675

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ କିରାଣୀ । ଭୁବନେଶ୍ୱର ସବ କଲେକ୍ଟର ଅଫିସର କିରାଣୀ ଉଦୟନାଥ ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ରେଡ କରାଯାଇଛି । ଉଦୟନାଥ ଜେନାଙ୍କ ଭୁବନେଶ୍ୱର ସୁନ୍ଦରପଦା ବାସଭବନ,କେନ୍ଦ୍ରାପଡା ରାଜନଗରରେ ଥିବା ଘର ଓ ଅଫିସରେ ରେଡ ହୋଇଛି । ତାଙ୍କ ନାଁରେ ସାତଟି ପ୍ଲଟ୍ ଠାବ କରାଯାଇଛି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉଦୟନାଥ ଜେନା । କେବଳ ଜବରଦସ୍ତି ଯିଏ ଯାହା ଖୁସିରେ ଦେଲା ନିଅନ୍ତି ବୋଲି ମତ ଦେଇଛନ୍ତି । ଅନ୍ୟପକ୍ଷରେ ଉଦୟନାଥ ଜେନାଙ୍କ ନାମରେ ୨୦୦ଟି ଅଭିଯୋଗ ହେବା ପରେ ଭିଜିଲାନ୍ସ ତରଫରୁ ରେଡ୍ କରାଯାଇଛି ।

ସେପଟେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଯାଜପୁର ଧର୍ମଶାଳା ସବରେଜିଷ୍ଟ୍ରାର ଅଫିସରେ କିରାଣୀ ରତ୍ନାକର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ଚହଟା ବାସଭବନ ସମେତ ତାଙ୍କ କାର୍ଯ୍ୟାଳୟ, ଶଶ୍ୱର ଘର ସହ ୭ ସ୍ଥାନରେ ଆଜି ଭୋରୁ ଭୋରୁ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉ ବେଳେ ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ଜବତ ହୋଇଛି । ଏହା ସହ ନଗଦ ଟଙ୍କା, ପାସବୁକ, ସୁନା ଗହଣା ଜବତ କରାଯାଇଛି ।