କାଳ ହେଲା ରାଜନୈତିକ ରାଲିରେ ବୁଲିବା । ଚାକିରି ହରାଇଲେ କଣ୍ଟାମାଳ ରାଧାମାଧବ ଉଚ୍ଚ ବିଦ୍ୟାଳୟର କନିଷ୍ଠ ସହକାରୀ କିରାଣି

393

କନକ ବ୍ୟୁରୋ : ରାଜନୈତିକ ରାଲିରେ ଯୋଗ ଦେଇ ବୌଦ୍ଧ ଜିଲ୍ଲାରେ ପୁଣି ଜଣେ ସରକାରୀ କର୍ମଚାରୀ ନିଲମ୍ବିତ । କଂଟାମାଳ ବ୍ଲକ ଲମ୍ବସରୀ ଗାଁର ରାଧାମାଧବ ଉଚ୍ଚ ବିଦ୍ୟାଳୟର କନିଷ୍ଠ ସହକାରୀ କିରାଣି ନିଲମ୍ବିତ । ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ଶୋଭାଯାତ୍ରାରେ ସାମିଲ ହେବା ପରେ କିରାଣି ସତୟନାରାୟଣ ଦନ୍ତାଙ୍କ ଚାକିରି ଗଲା । ଜିଲ୍ଲା ଶିକ୍ଷାଅଧିକାରୀ ତଦନ୍ତ ପରେ ସତ୍ୟନାରାୟଣଙ୍କୁ ନିଲମ୍ବିତ କରିଛନ୍ତି । ପୂର୍ବରୁ ରାଜନୈତିକ ରାଲିରେ ସାମିଲ୍ ହୋଇ ୩ ଶିକ୍ଷକ ନିଲମ୍ବିତ ହୋଇଛନ୍ତି ।