ଦୀପାବଳୀରେ ଘରର ସାଜସଜ୍ଜା ଉପରେ ଧ୍ୟାନ ଦିଅନ୍ତୁ, ଘରେ ଏହି ଉପାୟରେ କରନ୍ତୁ ଫର୍ଣ୍ଣିଚରର ସଫେଇ

120

ଘରର ସୌନ୍ଦର୍ଯ୍ୟ କିଛି ସୀମା ପର୍ଯ୍ୟନ୍ତ ଆପଣଙ୍କ ଫର୍ଣ୍ଣିଚର ଉପରେ ମଧ୍ୟ ନିର୍ଭର କରେ । ସେଥିପାଇଁ ଫର୍ଣ୍ଣିଚରର ଠିକ୍ ଭାବରେ ଦେଖରେଖ କରିବା ବି ଜରୁରୀ ଥାଏ । ଦୀପାବଳୀ ଆସିଲେ ପ୍ରତିବର୍ଷ ଆପଣ ବହୁତ ସାରା ପ୍ରସ୍ତୁତି କରନ୍ତି । ଘରର କୋଣ-ଅନୁକୋଣର ସଫେଇ ଆରମ୍ଭ କରିଦିଅନ୍ତି । ଘରର କାନ୍ଥକୁ ରଙ୍ଗ କରିବା, ଘରର ସାଜସଜ୍ଜା କରିବା, ଘରକୁ ଆଲୋକିତ କରିବା ଏମିତି ଛୋଟ ବଡ କଥାର ପୁରା ଧ୍ୟାନ ରଖନ୍ତି । ଆପଣଙ୍କ ପ୍ରସ୍ତୁତିର ମୁଖ୍ୟ ଭାଗ ଘରର ଫର୍ଣ୍ଣିଚର ମଧ୍ୟ ହୋଇଥାଏ । ଯଦି ଏଥର ଦୀପାବଳୀରେ ଘର ପାଇଁ ନୂଆ ଫର୍ଣ୍ଣିଚର କିଣିବା କିମ୍ବା ନିର୍ମାଣ କରିବାକୁ ଯାଉଛନ୍ତି, ତେବେ କେବଳ ତାହାର ଡିଜାଇନ୍ ଉପରେ ଧ୍ୟାନ ଦେବା ଜରୁରୀ ନୁହେଁ । ଏବଂ ଘରକୁ ଫର୍ଣ୍ଣିଚର ଆଣିବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତି ।

ସଫେଇ କରିବାର ସଠିକ୍ ଉପାୟ : ଫର୍ଣ୍ଣିଚରକୁ ସବୁଦିନ ସଫେଇ କରିବାର ଆବଶ୍ୟକତା ନଥାଏ । କେବଳ ସପ୍ତାହକୁ ଥରେ ସଫା କଲେ ବହୁତ । ଯଦି ଫର୍ଣ୍ଣିଚରରେ ଧୂଳି ଜମିଯିବ, ସୂତା କପଡାରେ ଅଳ୍ପ ପାଣି ଛିଂଚାଡି ସଫା କରନ୍ତୁ । ନହେଲେ ଶୁଖା କପଡାରେ ଝାଡି ଦିଅନ୍ତୁ ।

କେମିତି କରିବେ ରକ୍ଷଣାବେକ୍ଷଣ : କାଠ ପ୍ରାକୃତିକ ହୋଇଥାଏ, ସେଥିପାଇଁ କୀଟ ମାନେ ସେଥିରେ ଲାଗିଯାଆନ୍ତି । ପାଣି ପଡିଲେ ବି ତାହା ଖରାପ ହୋଇଯାଏ । ଏହି ଦୁଇଟି ଜିନିଷରୁ କାଠକୁ ବଂଚାଇବା ବହୁତ ଜରୁରୀ । ପାଣି ଠାରୁ ବଂଚାଇବା ପାଇଁ ଫର୍ଣ୍ଣିଚର ଉପରେ କୋଟିଙ୍ଗ କିମ୍ବା ପଲିସ୍ କରାଇବା ଜରୁରୀ ହୋଇଥାଏ । ସେଇଠି କୀଟ ମାନଙ୍କ ଠାରୁ ବଂଚାଇବା ପାଇଁ ଆପଣ ପ୍ରିଜରଭେସନ୍ କରାଇବାକୁ ଭୁଲନ୍ତୁ ନାହିଁ । ସବୁଠାରୁ ଶସ୍ତା ଓ ସହଜରେ ଉପଲବ୍ଧ ପ୍ରିଜରଭେଟିଭ୍ ବୋରେକ୍ସ ବୋରିକ୍ ଏସିଡ୍ , ଯାହା ଫର୍ଣ୍ଣିଚର ଉପରେ ଲଗାଇପାରିବେ ।