କନକ ବ୍ୟୁରୋ : ଆଜି ସାରା ଦେଶରେ ପାଳିତ ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ କରାଯାଉଛି । ଅନ୍ୟପଟେ ଗାନ୍ଧୀଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ଆଖି ଆଗରେ ରଖି କଟକର ଅଗ୍ରଣୀ ସାମାଜିକ ସଂଗଠନ ‘ରେଜ୍’ ଫାଉଣ୍ଡେସନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Advertisment

କଟକର ଲିଙ୍କ୍ ରୋଡ ଏବଂ ବାଦମବାଡି ଅଂଚଳରେ ରେଜ୍ ଫାଉଣ୍ଡେସନ ଦ୍ୱାରା ସଫେଇ କାର୍ଯ୍ୟକ୍ରମ କରାଯିବା ସହିତ ନିଜ ପରିବେଶକୁ ନିଜେ ସ୍ୱଚ୍ଛ ରଖିବା ପାଇଁ ନିବେଦନ ଏବଂ ସଚେତନ କରାଯାଇଥିଲା ।ଆଜିର ଏହି ସଫେଇ କାର୍ଯ୍ୟକ୍ରମକୁ ମନୋଜ କୁମାର ପାତ୍ର, ବିଭୁତି ମିଶ୍ର, ଅଭିନାଶ ସିଂ, ସାଗ୍ନିକା ମହାପାତ୍ର, ଶୁଭମ, ପ୍ରାଣକୃଷ୍ଣ ପରିଚାଳନା କରିବା ସହିତ ଆଗାମୀ ଦିନରେ ରେଜ୍ ଫାଉଣ୍ଡେସନ୍ ପକ୍ଷରୁ ବହୁବିଧ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କାରାଯିବ ବୋଲି ଆୟୋଜକମାନେ ପ୍ରକାଶ କରିଥିଲେ ।