ପୁରୀ ବଡଦାଣ୍ଡ ଓ ସହରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରଶାସନର ନିଆରା ଉଦ୍ୟମ : ପ୍ରତି ଶନିବାର ସକାଳ ସାଢେ ୬ରୁ ସାଢେ ୮ ବଡଦାଣ୍ଡ ସେବା

ସଫେଇ ପାଇଁ ସେଚ୍ଛାକୃତ ଭାବେ ଆଗେଇ ଆସିଲେ ସହରବାସୀ ଓ ପର୍ଯ୍ୟଟକ

275

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ପୁରୀରେ ବଡଦାଣ୍ଡ ସେବା । ପ୍ରତି ଶନିବାର ସକାଳ ସାଢେ ଛଅରୁ ସାଢେ ୮ ଯାଏ ଦୁଇ ଘଂଟା ଧରି ବଡଦାଣ୍ଡ ସେବା କରାଯିବ । ପୁରୀ ସହର ଓ ବଡଦାଣ୍ଡକୁ ସ୍ୱଚ୍ଛ ରଖିବା ପାଇଁ ସ୍ୱେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପୁରୀବାସୀ ଓ ପର୍ଯ୍ୟଟକଙ୍କୁ ଆହ୍ୱାନ ଦେଇଛି ପୁରୀ ପ୍ରଶାସନ ।

ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମରିଚିକୋଟ ଛକ, ଡାକ୍ତରଖାନା ଛକ, ଗୁଣ୍ଡିଚାମନ୍ଦିର ଯାଏ ୫ଟି ସ୍ଥାନରେ ଏହି ସେବା ଆରମ୍ଭ କରାଯାଇଛି । ଏଥିରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବକ୍ତୃତା ପ୍ରତିଯୋଗିତା, ରଙ୍ଗୋଲି, କୁଇଜ୍, ଚିତ୍ରାଙ୍କନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ରହିଛି, ଏହା ସାଙ୍ଗକୁ କୃତି ପ୍ରତିଯୋଗୀକୁ ଗୁଣ୍ଡିଚାମନ୍ଦିର ନିକଟରେ ପୁରସ୍କୃତ ମଧ୍ୟ କରାଯିବ । ଏଥିପାଇଁ ଅନଲାଇନ ପଞ୍ଜିକରଣ ଆରମ୍ଭ ହୋଇଛି । ପ୍ରାୟ ଦେଢ ହଜାର ବ୍ୟକ୍ତି ଏଥିରେ ସାମିଲ ହେଇଥିଲେ । ବଡଦାଣ୍ଡ ସେବା ସହ ପ୍ରତି ଶନିବାର ପ୍ଲାଷ୍ଟିକ୍ ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ କରିଛି ପୁରୀ ପ୍ରଶାସନ ।