କନକ ବ୍ୟୁରୋ: କଲମ ଛାଡି ହାତରେ କୋଡି କୋଦାଳ ଧରିଲେ ବି.ଡି.ଓ ଓ ବ୍ଲକ ଅଧ୍ୟକ୍ଷ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ବିଡିଓ ଉମାଶଙ୍କର ଦଳାଇ ଓ ଚେୟାରମ୍ୟାନ ମାଲା ମାଢୀ ହାତରେ କୋଦାଳ ଧରି ସଫେଇ କାର୍ଯ୍ୟରେ ଯୋଗ ଦେବାର ଚିତ୍ର ଏବେ ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚା ସାଉଁଟିଛି । ଗତକାଲି ରବିବାର ଥିବାରୁ ବି.ଡି.ଓ ଉମାଶଙ୍କର ଦଳାଇ ହାତରେ କୋଡି କୋଦାଳ ଧରି କାଲିମେଲା ରାସ୍ତା ଉଭୟ ପାଶ୍ୱର୍ରେ ଥିବା ପଲିଥିନ ଓ ଆବର୍ଜନାକୁ ସଫା କରିଥିଲେ ।
ପରେ ପରେ ବ୍ଲକ ଅଧ୍ୟକ୍ଷ ମାଲା ମାଢୀ ମଧ୍ୟ ବି.ଡି.ଓଙ୍କ ସହ ଯୋଗ ଦେଇଥିଲେ । ରାଜରାସ୍ତା ଠାରୁ ଆରମ୍ଭ କରି ମନ୍ଦିର ପରିସର, ନାଳ ନର୍ଦମା ସଫେଇ କାମରେ ବିଡିଓ ଓ ଚେୟାରମ୍ୟାନଙ୍କୁ ଦେଖି କିଛି ସରକାରୀ କର୍ମୀ ଓ ସ୍ଥାନୀୟ ଯୁବକ ମାନେ ତାଙ୍କ ସହ ଯୋଗ ଦେଇଥିଲେ । ଗତ ଅକ୍ଟୋବର ଦୁଇ ତାରିଖ ଠାରୁ ସ୍ୱଚ୍ଛତା ଉପରେ ଆହୁରି ଅଧିକ ଗୁରୁତ୍ୱ ଦିଆ ଯାଉ ଥିବା ବେଳେ ଏହି ଦୁଇ ଜଣଙ୍କ ସ୍ୱଚ୍ଛତାର ବର୍ତା ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/BDO-1.jpg)
/kanak/media/post_attachments/wp-content/uploads/2019/10/IMG-20191014-WA0054-300x225.jpg)