ଓଡିଶାରେ ବାହାରେ ପରିସ୍ରା କରିବା ଏବଂ ମଳତ୍ୟାଗ କରିବା ଏକ ସାଧାରଣ କଥା । କିନ୍ତୁ ଏବେ ଏହି ସାଧାରଣ ଲାଗୁଥିବା କଥା ଉପରେ ଅଙ୍କୁଶ ଲଗାଇବାକୁ ଯାଉଛି ରେଶମ ସହର ବ୍ରହ୍ମପୁର । ଏଣିକି ବାହାରେ ପରିଶ୍ରା ବା ମଳତ୍ୟାଗ କଲେ ଜରିମାନା ଦେବାକୁ ପଡିବ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ଅଭିଯାନକୁ ଜୋରସୋରରେ ଆରମ୍ଭ କରାଯାଇଛି । ଜୁଲାଇ ମାସରେ ବାହାରେ ପରିଶ୍ରା କରୁଥିବାବେଳେ ୧୮ ଜଣଙ୍କୁ ଧରି ୧୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି । ସେହିପରି ବାହାରେ ମଳତ୍ୟାଗ କରୁଥିବାରୁ ୧୨ ଜଣଙ୍କୁ ଧରି ୫୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି ।
ଏଠାରେ ସୂଚନା ଥାଉ କି ୨୦୦୮ ମସିହାରେ ମହାନଗର ନିଗମର ମାନ୍ୟତା ପାଇଥିଲା ବ୍ରହ୍ମପୁର ମହାନଗର ନିଗମ । ତେବେ ସ୍ଵଛ ଭାରତ ମିଶନ ଅନୁସାରେ ବାହ୍ୟ ମଳମୂତ୍ର ତ୍ୟାଗମୁକ୍ତ ଅଞ୍ଚଳ ଭାବେ ମାନ୍ୟତା ପାଇଥିବାରୁ ଏବେ ଗୁରୁତ୍ୱର ସହ ଅଞ୍ଚଳକୁ ପରିଷ୍କାର ରଖିବା ପାଇଁ ଏଭଳି ବ୍ୟବସ୍ଥା ଆପଣାଯାଇଛି । ମହାନଗର ନିଗମ ଅଧୀନରେ ୪୦ଟି ୱାର୍ଡ ଥିବାବେଳେ ୭୭ଲକ୍ଷ ଟଙ୍କା ବ୍ୟୟରେ ୧୩ଟି ସ୍ଥାନରେ ୨୫ଟି ଶୌଚାଳୟ ସ୍ଥାପନ କରାଯାଇଛି । ସେହିପରି ୬୪ଟି ପବ୍ଲିକ ଟଏଲେଟ ମଧ୍ୟ ସ୍ଥାପନ କରାଯାଇଥିବାବେଳେ ଯଦି ଜଣେ ବ୍ୟକ୍ତି ଟଏଲେଟ ବ୍ୟବହାର କରି ଏହାକୁ ସଫା ନ କରିବ ତେବେ ୧୦୦ ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/Brahmapur_rail_station.jpg)
/kanak/media/post_attachments/wp-content/uploads/2019/08/open-defecation-1280x720-300x169.jpg)
/kanak/media/post_attachments/wp-content/uploads/2019/08/x.jpg)