ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲଙ୍କ ସୂଚନା

426

କନକ ବ୍ୟୁରୋ: ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ଫଳ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୱାଲ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭେଚ୍ଚା ଜଣାଇଛନ୍ତି । ଗତକାଲି ସିବିଏସଇର ଦ୍ୱାଦଶ ରେଜଲ୍ଟ ବାହାରିଥିଲା । ଚଳିତ ବର୍ଷ କୋଭିଡ ୧୯ ମହାମାରୀ ଭିତରେ ସିବିଏସଇର କିଛି ପରୀକ୍ଷା ହୋଇଥିବା ବେଳେ କିଛି ସ୍ଥଗିତ ହୋଇଥିଲା । ପରବର୍ତୀ ସମୟରେ ଜୁଲାଇ ୧ରୁ ୧୫ ଭିତରେ ପରୀକ୍ଷା ହେବାକୁ ବିଜ୍ଞପ୍ତି ପ୍ରକାଶ ପକାଇଥିଲା । ପିଲାଙ୍କ ପରୀକ୍ଷା ହୋଇଥିବା ବିଷୟରୁ ସର୍ବାଧିକ ମାର୍କକୁ ଲକ୍ଷ୍ୟ କରି ସେମାନଙ୍କ ଅନ୍ୟ ବିଷୟଗୁଡିକର ମାର୍କ ଦିଆଯିବାକୁ ସ୍ଥିର ହୋଇଥିଲା ।ସେହି ହିସାବରେ ସେମାନଙ୍କୁ ମାର୍କ ଦିଆଯାଇଛି ।

ଚଳିତ ବର୍ଷ ୧୮ ଲକ୍ଷ ପରୀକ୍ଷାର୍ଥୀ ସିବିଏସ୍‌ଇ ଦଶମ ପରୀକ୍ଷା ଦେଇଛନ୍ତି।  କୋଭିଡ ୧୯ ମହାମାରୀ ବ୍ୟାପିବା ପୂର୍ବରୁ ସିବିଏସଇର କିଛି ପରୀକ୍ଷା ହୋଇଥିବା ବେଳେ ଶେଷ ଆଡ଼କୁ କିଛି ବିଷୟ ସ୍ଥଗିତ ହୋଇଥିଲା । ପରବର୍ତୀ ସମୟରେ ଜୁଲାଇ ୧ରୁ ୧୫ ଭିତରେ ବଳକା ବିଷୟ ପରୀକ୍ଷା ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ପରେ ତାହା ବନ୍ଦ ହୋଇଥିଲା। ପରବର୍ତ୍ତୀ ସମୟରେ  ପିଲାଙ୍କ ପରୀକ୍ଷା ହୋଇଥିବା ବିଷୟରୁ ସର୍ବାଧିକ ମାର୍କକୁ ଲକ୍ଷ୍ୟ କରି ସେମାନଙ୍କ ଅନ୍ୟ ବିଷୟଗୁଡିକର ମାର୍କ ଦିଆଯିବାକୁ ସ୍ଥିର ହୋଇଥିଲା । ବର୍ତ୍ତମାନ ଏହି ନିଷ୍ପତ୍ତି ଭିତ୍ତିରେ ମୂଲ୍ୟାଙ୍କନ କରାଯାଇ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି।