ଅସ୍କା ୧୬ ନମ୍ବର ୱାର୍ଡରେ ଥିବା ବିଦ୍ୟାଳୟରେ ୮ଟି କ୍ଲାସ ପାଇଁ ରହିଛି ମାତ୍ର ୩ଟି ଶ୍ରେଣୀ ଗୃହ । ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ପିଲା

69

କନକ ବ୍ୟୁରୋ : ଶ୍ରେଣୀ ଗୃହ ନଥିବାରୁ ବାରଣ୍ଡାରେ ଚାଲିଛି ପାଠପଢ଼ା । ଖରା, ବର୍ଷା, ଶୀତ ଓ କାକରରେ ପିଲାମାନଙ୍କୁ ଏଭଳି ପାଠପଢ଼ିବାକୁ ପଡ଼ୁଛି ।  ନିଟକରେ ଏନଏସିରୁ ମୁନିସିପାଲଟି ମାନ୍ୟତା ପାଇଥିବା ଆସିକା ସହରର ୧୬ ନମ୍ବର ୱାର୍ଡରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୦ ଜଣ ପିଲା ପାଠ ପଢ଼ୁଛନ୍ତି । ହେଲେ ରହିଛି ମାତ୍ର ୩ଟି ଶ୍ରେଣୀ ଗୃହ । ବର୍ଷକ ତଳେ ଆସିକା ବିଜ୍ଞାପିତ ଅଂଚଳ ପକ୍ଷରୁ ସ୍କୁଲରେ ଥିବା ବିପଦସଙ୍କୁଳ କୋଠା ଗୁଡ଼ିକୁ ଭଙ୍ଗା ଯାଇଛି । ହେଲେ ପୁନର୍ବାର ନିର୍ମାଣ ହୋଇନାହିଁ ।

ପ୍ରଥମ, ଦ୍ୱିତୀୟ ଓ ତୃତିୟ କା୍ଳସର ପିଲା ଗୋଟିଏ ଗୃହରେ, ଚତୁର୍ଥ ଓ ପଂଚମ ଶ୍ରେଣିର ପିଲା ଗୋଟିଏ ଗୃହରେ ଓ ଷଷ୍ଠ ଶ୍ରେଣୀରେ ଅଧିକ ପିଲା ଥିବାରୁ ଅନ୍ୟ ଗୋଟିଏ କୋଠରିରେ ବସି ପାଠ ପଢୁଛନ୍ତି । ହେଲେ ବାକି ଅଷ୍ଟମ ଓ ସପ୍ତମ ଶ୍ରେଣିର ପିଲା ବସିବା ପାଇଁ ଶ୍ରେଣି ଗୃହ ନଥିବାରୁ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।

ବାରମ୍ବାର ଶ୍ରେଣୀଗୃହ ନିର୍ମାଣ ପାଇଁ ଦାବି ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେଣୁ ଶ୍ରେଣୀଗୃହ ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।