କନକ ବ୍ୟୁରୋ : ନବମ ଶ୍ରେଣୀ ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ । ଟିଉସନ ଯାଉଥିବା ସମୟରେ ଆକ୍ରମଣର ଶିକାର ହେହେଲ ଛାତ୍ରୀ । ବାଲେଶ୍ୱର ଖଇରା ବ୍ଲକ ତୁଟ ଗାଁର ନବମ ଶ୍ରେଣୀ ଛାତ୍ରୀ ଆଜି ସକାଳେ ଟିଉସନ ଯାଉଥିଲେ । ଠିକ୍ ସେହି ଗାଁର ଜଣେ ଯୁବକ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି ।
ଆକ୍ରମଣ କରିବାର କାରଣ ଜଣାପଡ଼ିନଥିବା ବେଳେ କିଛି ଦିନ ପୂର୍ବରୁ ଯୁବକ ତାଙ୍କୁ ପ୍ରେମ ନିବେଦନ କରିଥିଲେ । ଏହାକୁ ଛାତ୍ରୀଙ୍କ ପରିବାର ପକ୍ଷରୁ ପ୍ରତିବାଦ କରିଥିବାରୁ ସେହି ରାଗରେ ଆକ୍ରମଣ କରିଥିବା ନେଇ ସନ୍ଦେହ କରାଯାଉଛି । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଯୁବକ ଜଣଙ୍କ ଫେରାର ଥିବା ନେଇ ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/vlcsnap-2021-06-10-13h05m56s391.png)