କନକ ବ୍ୟୁରୋ : ନବୋଦୟ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବେକରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ । ଗଜପତି ଜିଲ୍ଲା ସଦରମହକୁମା ସ୍ଥିତି ବେତାଗୁଡା ନିକଟସ୍ଥ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀ । ଗତକାଲି ଆତ୍ମହତ୍ୟା କରିଥିବା ଜଣାପଡିଛି । ସକାଳ ୫ଟା ସମୟରେ ପିଟି କରିବା ପାଇଁ ପିଲାମାନେ ଉଠି ଦେଖିବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହା ପରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ମୃତ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇଛି । ଏହା ପରେ ଶବକୁ ପରିବାରକୁ ହସ୍ତତନ୍ତ କରାଯିବ ।