କନକ ବ୍ୟୁରୋ: ରାଉରକେଲା ବିପିୟୁଟି ନିକଟରେ ଥିବା ଏକ ହଷ୍ଟେଲରୁ ଜଣେ ସପ୍ତମ ଶ୍ରେଣୀ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଗୁରୁଣ୍ଡିଆ ବ୍ଲକ ସୋଲ ଟୁକୁଡା ଗାଁର କିଷ୍ଣା କୁଜୁର । ସୋମବାର ହଷ୍ଟେଲର ସମସ୍ତ ଛାତ୍ର ସ୍କୁଲ ଯାଇଥିବା ବେଳେ କ୍ରିଷ୍ଣା ନିଜ ରୁମ୍ରେ ଥିଲେ । କିନ୍ତୁ କିଛି ପରେ ହଠାତ୍ ରୁମରେ କ୍ରିଷ୍ଣାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ପୁଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଥିଲା । ବଡ଼ କଥା ହେଉଛି, ଗତ ଡିସେମ୍ବର ୭ ତାରିଖରେ କ୍ରିଷ୍ଣାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ୧୨ ବର୍ଷୀୟ କ୍ରିଷ୍ଣାର ମୃତ୍ୟୁ ପାଇଁ ହଷ୍ଟେଲ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ପରିବାର ଲୋକ । ତେବେ ପୁଲିସ କହିଛି, ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ଜଣା ପଡିବ ।