ହସ୍ପିଟାଲରେ ସିଡିଏମଓ ଏଡିଏମଓଙ୍କୁ ଘେରିଲେ ଚତୃର୍ଥ ଶ୍ରେଣୀର କର୍ମଚାରୀ । ବିନା ନୋଟିସରେ ଛଟେଇ ପ୍ରତିବାଦରେ ଧାରଣା

ଆଲୋଚନା ପାଇଁ ଆସିଥିବା ବେଳେ ରଖିଲେ ଅଟକ

85

କନକ ବ୍ୟୁରୋ: ଛଟେଇ ପ୍ରତିବାଦରେ ଭାରପ୍ରାପ୍ତ ସିଡିଏମଓଙ୍କୁ ଘେରିଲେ ଚତୃର୍ଥ ଶ୍ରେଣୀ କର୍ମଚାରୀ । କେନ୍ଦୁଝର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ୨୧ ଜଣ ଚତୃର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବିନା ନୋଟିସରେ ଛଟେଇ ପ୍ରତିବାଦରେ ଏନଏଚଏମ ଅଫିସ ସମ୍ମୁଖରେ ଆନ୍ଦୋଳନକାରୀମାନେ ଧାରଣାରେ ବସିଛନ୍ତି । ଆଲୋଚନା ପାଇଁ ଆସିଥିବା ଏଡିଏମଓ ଓ ସିଡିଏମଟଙ୍କୁ ଅନଶନକାରୀ ଅଟକ ରଖିଛନ୍ତି ।

୨୦୦୭ ମସିହାରୁ କାର୍ଯ୍ୟରତ ଥିବା ବେଳେ ଖାଲିଥିବା ୩୭ଟି ପୋଷ୍ଟରେ ଅନ୍ୟ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ଅଭିଯୋଗ ହୋଇଛି ।ଫେବୁଆରୀ ମାସରେ ଏହି କର୍ମଚରୀମାନେ ୭ ଦିନ ଧାରଣାରେ ବସିଥିଲେ । ରୋଗୀ ସେବା ବ୍ୟାହତ ହେବାରୁ ଏମାନଙ୍କୁ ଥଇଥାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା । ତେବେ ଏବେ ହଠାତ ଏମାନଙ୍କୁ ଛଟେଇ ଓ ତାଙ୍କ ଜାଗାରେ ଅନ୍ୟ ମାନଙ୍କୁ ନିୟୋଜିତ କରିବା ଘଟଣା ପ୍ରତିବାଦରେ କର୍ମଚାରୀମାନେ ଧାରଣା ଦେଇଛନ୍ତି ।