ଆଜିଠାରୁ ଆରମ୍ଭ ହେଲା ଏକାଦଶ ଶ୍ରେଣୀ ପାଠପଢା : ରାଜ୍ୟର ସମସ୍ତ କଲେଜରେ ହୋଇଛି ବ୍ୟାପକ ପ୍ରସ୍ତୁତି

Advertisment
ଆଜିଠାରୁ ଆରମ୍ଭ ହେଲା ଏକାଦଶ ଶ୍ରେଣୀ ପାଠପଢା : ରାଜ୍ୟର ସମସ୍ତ କଲେଜରେ ହୋଇଛି ବ୍ୟାପକ ପ୍ରସ୍ତୁତି

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ଏକାଦଶ ଶ୍ରେଣୀ ପାଠ ପଢା । ଏଥିପାଇଁ ରାଜ୍ୟର ସମସ୍ତ କଲେଜରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । କ୍ୟାମ୍ପସକୁ ଭଲ ଭାବେ ପରିଷ୍କାର କରାଯିବା ସହ କ୍ଲାସରୁମ୍ ଓ ହଷ୍ଟେଲ ବିଶୋଧନ କରାଯାଇଛି । ଶିକ୍ଷା ସହିତ ପିଲାଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଗୁରୁତ୍ୱ ଦେବାକୁ ବିଭାଗ କଡ଼ା ନିର୍ଦ୍ଦେଶ ଦେଇଛି । କରୋନାକୁ ନଜରରେ ସାମାଜିକ ଦୂରତା ଉପରେ ପ୍ରାଥମିକତା ଦିଆଯାଇଛି । ପ୍ରଥମ ଦିନ ପିଲାଙ୍କ ଓରିଏନଟେସନ ପ୍ରୋଗ୍ରାମ ହେବ । ଦିନ ୧୦ଟାରୁ ସାଢେ ଗୋଟାଏ ଯାଏଁ କ୍ଲାସ ହେବ ।

କ୍ୟାମ୍ପସରେ ପାନୀୟ ଜଳ ସୁବିଧା କରାଇବା, ପରିବହନ ବ୍ୟବସ୍ଥାକୁ ଏଡ଼ାଇବା ଦିଗରେ ବିଦ୍ୟାଳୟଗୁଡ଼ିକ ଯଥାସମ୍ଭବ ଚେଷ୍ଟା କରିବେ । କ୍ଲାସରୁମ୍‌ରେ ବସିବା ସମୟରେ ସାମାଜିକ ଦୂରତା ରକ୍ଷା, ପ୍ରତି ପିଲାଙ୍କ ପାଇଁ ନିଦ୍ଧିଷ୍ଟ ସ୍ଥାନ ଚିହ୍ନଟ, ଷ୍ଟାଫ୍‌ କମନ୍‌ ରୁମ୍‌ରେ ଦୂରତା ରକ୍ଷା, ମାସ୍କ ପରିଧାନ, ହାତ ଧୋଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ସାବୁନ୍‌ ରଖିବା, ହାତ ଧୋଇବାକୁ ବାଧ୍ୟତାମୂଳକ କରିବା, ସ୍ବତନ୍ତ୍ର ଆଇସୋଲେସନ୍‌ ରୁମ୍‌ ରଖିବା, କ୍ଲାସରୁମ୍‌ରେ ଅତିବେଶିରେ ୨୦ରୁ ୨୫ ପିଲାଙ୍କ ବସିବା ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ସ୍ବତନ୍ତ୍ର କ୍ୟାଲେଣ୍ଡର ପ୍ରସ୍ତୁତ କରି ଟାଇମ୍‌ ଟେବୁଲ୍‌ ପ୍ରସ୍ତୁତ କରିବା ଦିଗରେ କଲେଜ ଅଧ୍ୟକ୍ଷମାନେ ପଦକ୍ଷେପ ନେବେ ।

ବିଦ୍ୟାଳୟ ଖୋଲିବା ସହ ହଷ୍ଟେଲଗୁଡ଼ିକ ମଧ୍ୟ ଗୁରୁବାରଠାରୁ ଆରମ୍ଭ ହେବ। କୋଭିଡ୍‌-୧୯ ନିୟମାବଳୀ ପାଳନ କରିବାକୁ କୁହାଯାଇଛି । ହଷ୍ଟେଲଗୁଡ଼ିକରେ ସର୍ବସାଧାରଣ ଚଳପ୍ରଚଳ କରୁଥିବା ଅଞ୍ଚଳକୁ ନିୟମିତ ଭାବେ ବିଶୋଧନ କରିବାକୁ କୁହାଯାଇଛି । ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପ୍ରକାର ଉଠାଦୋକାନୀ କ୍ୟାମ୍ପସ ଭିତରେ ଯେପରି ସାମଗ୍ରୀ ବିକ୍ରି ନ କରନ୍ତି ସେଥିପ୍ରତି କର୍ତୃପକ୍ଷ ପ୍ରାଥମିକତା ଦେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe