କନକ ବ୍ୟୁରୋ : ୫୦ ଲକ୍ଷ ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୃତ ଦେହକୁ ପୋଡି ଦେଇଛନ୍ତି ଅପହରଣକାରୀ । ଝାରସୁଗୁଡାରୁ ଆସିଛି ଏମିତି ଏକ ଚାଞ୍ଚଲ୍ୟକର ଖବର । ଆଉ ବରଗଡ ଜିଲ୍ଲା ଭେଡେନ୍ ଥାନା ପାଖ ଜଙ୍ଗଲରୁ ଅପହୃତ ଦଶମ ଶ୍ରେଣୀ ଛାତ୍ରଙ୍କ ଅଧାପୋଡା ମୃତଦେହ ଉଦ୍ଧାର ହୋଇଛି ।

Advertisment

ଏ ନେଇ ସୂଚନା ଦେଇଛନ୍ତି, ଝାରସୁଗୁଡା ଏସପି ସ୍ମିତ ପାରମାର । କହିଛନ୍ତି, ଗୋଡଭଗା ପଟରୁ ଏକ ନୀଳରଙ୍ଗର କାରରେ ଦୁଇ-ତିନି ଜଣ ବ୍ୟକ୍ତି ଘଟଣାସ୍ଥଳକୁ ଆସି ସମର୍ଥଙ୍କ ମୃତଦେହକୁ ପୋଡି ଚାଲିଯାଇଥିଲେ । ପୋଲିସ ସେଠାରୁ ଏକ କଟୁରୀ, ପେଟ୍ରୋଲ ଅଣାଯାଇଥିବା ଏକ ପ୍ଲାଷ୍ଟିକ ଜାର ଜବତ କରିଛି । କିନ୍ତୁ ଅପହରଣ ପଛର ସଠିକ୍ କାରଣ ଜଣାପଡିନାହିଁ । ହେଲେ, ଅପହରଣକାରୀ ସମର୍ଥଙ୍କୁ ପୂର୍ବରୁ ଚିହ୍ନିଥିଲେ ବୋଲି ଅନୁମାନ କରୁଛି ପୁଲିସ । ୨ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚୁରା କରାଯାଉଛି ।

ପଡୋଶୀ ସାଜିଲା ପିଶାଚ !

- ଝାରସୁଗୁଡ଼ା ସରବାହାଲର ବ୍ୟବସାୟୀ ସୁମିତ ଅଗ୍ରୱାଲଙ୍କ ପୁଅ ସମର୍ଥ
- ଗତ ୨୭ ତାରିଖ ଅପରାହ୍ଣରେ ଖେଳିବାକୁ ଯାଇ ନିଖୋଜ ହୋଇଯାଇଥିଲେ
- ଏକ ଇଲେକ୍ଟ୍ରିକ୍ ସ୍କୁଟର ଯୋଗେ ଘରୁ ବାହାରି ଯାଇଥିଲେ
- ସଂଧ୍ୟାରେ ସମର୍ଥଙ୍କ ମୋବାଇଲରୁ ଫୋନ୍ କରିଥିଲେ ଅପହରଣକାରୀ
- ୫୦ ଲକ୍ଷ ଟଙ୍କା ଦେବାକୁ ପରିବାର ଲୋକଙ୍କୁ ଦାବି କରିଥିଲେ
- ଦୁଇ ଥର ଫୋନ୍ କରିବା ପରେ ଫୋନ୍ ବନ୍ଦ କରିଦେଇଥିଲେ
- ପରିବାର ପକ୍ଷରୁ ତୁରନ୍ତ ଝାରସୁଗୁଡ଼ା ଥାନାରେ ଅଭିଯୋଗ କରାଯାଇଥିଲା
- ଫୋନ୍ ଲୋକେସନ୍ ହୀରାକୁଦ ଓ ବୁର୍ଲା ଆଖପାଖରେ ଦେଖାଇଥିଲା
- ସିସିଟିଭି ଫୁଟେଜ ଆଧାରରେ ଦୁଇ ଜଣଙ୍କୁ ଉଠାଇ ନେଇଥିଲା ପୋଲିସ
- ଅମିତ କୁମାର ଶର୍ମା ଓ ଦିନେଶ ଅଗ୍ରୱାଲଙ୍କୁ ପୋଲିସ ନେଇଯାଇଥିଲା
- ସେମାନେ ଅପରାଧ ସ୍ୱୀକାର କରିବା ସହ ସମର୍ଥଙ୍କୁ ହତ୍ୟା କରିଥିବା କହିଥିଲେ
- ଅଭିଯୁକ୍ତ ଅମିତ ହେଉଛନ୍ତି ସୁମିତ ଅଗ୍ରୱାଲଙ୍କ ପଡୋଶୀ
- ବିଜୁ ନଗରରେ ମାର୍ବଲ ଦୋକାନ କରିବା ସହ ବୃନ୍ଦାବନ କଲୋନୀରେ ରହନ୍ତି
- ସୁମିତ ଓ ଅମିତଙ୍କ ମଧ୍ୟ ଭଲ ସମ୍ପର୍କ ରହିଥିଲା
- ମୃତ ଛାତ୍ର ସମର୍ଥଙ୍କୁ ଅମିତଙ୍କ ଝିଅ ରାକ୍ଷୀ ବାନ୍ଧୁଥିବା କୁହାଯାଉଛି