ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ : ପରୀକ୍ଷାର୍ଥୀ କହିଲେ ପରୀକ୍ଷା ଦେଇ ଲାଭ କ’ଣ ? ବୋର୍ଡ କର୍ତ୍ତୃପକ୍ଷ ରଖିଲେ ଖାମଖିଆଲି ଉତ୍ତର
କନକ ବ୍ୟୁରୋ : ଆରମ୍ଭ ହୋଇଛି ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା । ହେଲେ ପରୀକ୍ଷା ଆରମ୍ଭ ପୂର୍ବରୁ ସୋସିଆଲ ମିଡିଆରେ ଘୁରି ବୁଲୁଛି ପ୍ରଶ୍ନପତ୍ର । କନକ ନ୍ୟୁଜ୍ ହାତରେ ଏହାର ପ୍ରମାଣ ଲାଗିଛି । ଲିକ୍ ହୋଇଥିବା ପ୍ରଶ୍ନ ସୋସିଆଲ ମିଡିଆରେ ଘୁରିବୁଲୁଥିବା କହିଛନ୍ତି ପରୀକ୍ଷାର୍ଥୀ । ପ୍ରଥମ ଦିନ ଦୁଇଟି ସିଟିଂରେ ଓଡ଼ିଆ ଭାଷା ସାହିତ୍ୟ ଓ ଇଂରାଜୀ ବିଷୟ ପରୀକ୍ଷା ହୋଇଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ହେଲେ ପରୀକ୍ଷା ଆରମ୍ଭ ହେବାର ଦିନକୁ ପୂର୍ବରୁ ସାହିତ୍ୟ, ଇଂରାଜୀ ବିଷୟ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ପ୍ରଘଟ ହୋଇଗଲା । ଏହା ସହ ଅନ୍ୟ କିଛି ବିଷୟର ପ୍ରଶ୍ନପତ୍ର ମଧ୍ୟ ୟୁଟ୍ୟୁବ୍ ଚ୍ୟାନେଲ ସମେତ ହ୍ୱାଟ୍ସଆପରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ପରୀକ୍ଷାର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାଟ୍ରିକ୍ ମୂଲ୍ୟାୟନରେ ଷାଣ୍ମାସିକ ପରୀକ୍ଷାର କୌଣସି ଭୂମିକା ନାହିଁ । ହେଲେ ପ୍ରଶ୍ନପତ୍ର କିଭଳି ଓ କାହିଁକି ପ୍ରଘଟ ହେଲା ତାହା ସମସ୍ତଙ୍କୁ ଚକିତ କରିଛି ।
ସେପଟେ, ମାଟ୍ରିକ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାରେ ଖାମଖିଆଲି ଭାବେ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ କର୍ତ୍ତୃ ପକ୍ଷ । ପ୍ରଶ୍ନପତ୍ର ଛପାଇ ଦେଇ ଦେଇଛୁ । ତାହା ସ୍କୁଲ ଓ ଡିଇଓଙ୍କର ଦାୟିତ୍ୱ ଏବଂ ଏନେଇ ତାଙ୍କ ନିକଟରେ କୌଣସି ଖବର ନଥିବା କହିଛନ୍ତି ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ।