ନା ଅଛି ବାଦ୍ୟ ନା ସଂଗୀତ ! କିଏ ଦେବଦାସୀ ତ କିଏ ଭିନ୍ନ ରୂପରେ ପ୍ରଭୁଙ୍କୁ ସମର୍ପିତ କରୁଛି ଭକ୍ତି, କାଳିଆ ଭାବରେ ବିଭୋର ନୃତ୍ୟଶିଳ୍ପୀ ।

ନା ଅଛି ବାଦ୍ୟ ନା ସଂଗୀତ ! କିଏ ଦେବଦାସୀ ତ କିଏ ଭିନ୍ନ ରୂପରେ ପ୍ରଭୁଙ୍କୁ ସମର୍ପିତ କରୁଛି ଭକ୍ତି, କାଳିଆ ଭାବରେ ବିଭୋର ନୃତ୍ୟଶିଳ୍ପୀ ।

କନକ ବ୍ୟୁରୋ: ରଙ୍ଗମଞ୍ଚରେ ସଂଗୀତ ଓ ବାଦ୍ୟର ତାଳେ ତାଳେ ନାଚିବା ଏକ ସହଜ କଥା। କିନ୍ତୁ ବିନା ବାଦ୍ୟ ଓ ଗୀତରେ ନୃତ୍ୟ ପ୍ରଦର୍ଶନ କରିବା ନିଶ୍ଚିତ ଭାବେ ଏକ କଳା। ଆଉ ଏହି କଳା ଦେଖିବାକୁ ମିଳିଛି ବିଶ୍ୱପ୍ରସିଦ୍ଧ ବାହୁଡ଼ାଯାତ୍ରାରେ, ଯେଉଁଠି ଶିଳ୍ପୀ ନାଚୁଛି କାଳିଆ ପ୍ରେମରେ ବିନା ସଂଗୀତ ଆଉ ବିନା କୌଣସି ବାଦ୍ୟରେ ଭକ୍ତିପୁତ ଜଚ୍ଚାଣ ପ୍ରଭୁଙ୍କ ନିକଟରେ ଅର୍ପଣ କରୁଛନ୍ତି ।publive-image

ସତେ ଯେମିତି ଶରଧାବାଲି ପାଲଟି ଯାଇଛି ରଙ୍ଗମଞ୍ଚ । ପହଣ୍ଡି ହୋଇ ରଥାରୁଢ଼ ହେବେ ତିନି ଠାକୁର । ଆଉ ପ୍ରଭୁଙ୍କ ସାମନାରେ ନୃତ୍ୟ ପରିବେଷଣ କରୁଛନ୍ତି ନୃତ୍ୟାଙ୍ଗନା। ନା ବାଜୁଛି ବାଦ୍ୟ ନା ଶୁଭୁଛି କୌଣସି ଗୀତ। ଏମାନେ ନାଚୁଛନ୍ତି କେବଳ ଭାବରେ। ଆଉ ଭାବରେ ଭାବରେ ଯେମିତି କାଳିଆ ଡୋରୀ ଲାଗିଥାଏ । ସେହିଭଳି ଶ୍ରୀଜିଉଙ୍କ ସମ୍ମୁଖରେ ଓଡିଶୀ ଓ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ନୃତ୍ୟଶିଳ୍ପୀ।

publive-image

ଏହି ନୃତ୍ୟ ପାଇଁ କେବଳ ଭାବ ହିଁ ଯଥେଷ୍ଟ। ଦରକାର ନାହିଁ କୌଣସି ବାଦ୍ୟ, ସଂଗୀତ, ତାଳ, ଲୟ। କାଳିଆର ପ୍ରେମରେ ହିଁ ଥାଏ ଭାବ ଆଉ ଏହି ଭାବ ହିଁ ନାଚିବା ପାଇଁ ଯଥେଷ୍ଟ। ଛୋଟଛୋଟ ନୃତ୍ୟଶିଳ୍ପୀଙ୍କ ଠାରୁ ଅଭିଜ୍ଞ ନୃତ୍ୟଶିଳ୍ପୀ ମଧ୍ୟ କେବଳ ଜଗନ୍ନାଥଙ୍କ ପ୍ରେମରେ ଟାଣି ହୋଇ ପ୍ରତିବର୍ଷ ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ଆସିଥାନ୍ତି । ଆଶା ସୃଷ୍ଟିର ସ୍ରଷ୍ଟା ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ନିଜ କଳାର ପ୍ରଦର୍ଶନ କରି ଆଶିଷ ନେବା।publive-image

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ଅବସରରେ ପାରମ୍ପରିକ ନୃତ୍ୟଶିଳ୍ପୀ ବିନା ବାଦ୍ୟ ଓ ସଂଗୀତରେ ନୃତ୍ୟ ପରିବେଷଣ କରିଛନ୍ତି। ରଙ୍ଗମଞ୍ଚରେ ନିଜ କଳାର ପ୍ରଦର୍ଶନ ଓ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ବିନା ବାଦ୍ୟ ଓ ସଂଗୀତରେ କେବଳ ଭାବରେ ନୃତ୍ୟ ପ୍ରଦର୍ଶନ ଭିତରେ ଫରକ ରହିଛି। କଳା, ସଙ୍ଗୀତ ଓ ସଂସ୍କୃତିର ସ୍ରଷ୍ଟାଙ୍କ ସମ୍ମୁଖରେ ନିଜ କଳାର ପ୍ରଦର୍ଶନ ସବୁ ପାରମ୍ପରିକ ନୃତ୍ୟଶିଳ୍ପୀଙ୍କ ପାଇଁ ଗର୍ବ ଓ ଗୌରବର କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe