କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନା ପରିସରରେ ଉତ୍ତେଜନା ଥମି ଯାଇଛି। ତେବେ ଏହି ଘଟଣାକୁ ନେଇ ଏସ୍ପିଙ୍କ ମଧ୍ୟସ୍ଥତାରେ ଆନ୍ଦୋଳନକାରୀ ଓ ବେଦାନ୍ତ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ ହୋଇ ଆଜି ଆପୋଷ ସମାଧନ ହୋଇଛି।

Advertisment

publive-image

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ରିଫାଇନାରି କମ୍ପାନିରେ ନିୟୋଜିତ ଓଆଇଏସଏଫ ସିକ୍ୟୁରିଟି ଓ ରେଙ୍ଗୋପାଲି ଗ୍ରାମର ବିସ୍ଥାପିତ ଆନ୍ଦୋଳନକାରୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହେତୁ ଲାଠିଚାର୍ଜ ଓ ଆକ୍ରମଣ ପ୍ରତ୍ୟାକ୍ରମଣରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୪୪ ଧାରା ବି ଜାରି କରାଯାଇଥିଲା।

publive-image

ଏହି ଉତ୍ତଜନାମୂଳକ ପରିସ୍ଥିତିରେ ଓଆଇଏସଏଫ ସିକ୍ୟୁରିଟିଙ୍କ ମାଡ଼ରେ ଦାନି ବାତ୍ରା (୩୫) ନାମକ ବ୍ୟକ୍ତିର ମୃତ୍ୟୁ ଘଟିଥିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଥିଲା। ତେବେ ମୃତକଙ୍କ ପରିବାରକୁ ବେଦାନ୍ତ ପକ୍ଷରୁ ୨୫ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।