ପୁରୀ ଅସ୍ତରଙ୍ଗରେ ଜମିବାଡି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗାଁ ଦାଣ୍ଡରେ ବୁଲିଲା ଠେଙ୍ଗା, ଜଣେ ଆହତ ।

85

କନକ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଆଳଙ୍ଗପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ଏସିଡ୍ ମାଡରେ ଜଣେ ଗୁରୁତର । ଏହାସହ କିଛି ଉତ୍ୟେକ୍ତ ବ୍ୟକ୍ତି ପାଳଗଦାରେ ନିଆଁ ଲଗାଇ ଦେବା ସହ ଗାଁ ଦାଣ୍ଡରେ ଠେଙ୍ଗା ବୁଲାଇ ଭାଷା ଅଭାଷାରେ ଗାଳିଗୁଲଜ କରୁଥିବା ଭିଡିଓ ଏବେ ମୋବାଇଲ୍ରୁ ମୋବାଇଲ୍ ଘୁରି ବୁଲୁଛି । ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳଙ୍ଗପୁର ଗାଁରେ ଘଟିଛି ଏଭଳି ଘଟଣା । ଗାଁ ଦାଣ୍ଡରେ ଠେଙ୍ଗା ବୁଲାଇବା ସହ ପାଳଗଦାରେ ନିଆଁ ଲଗାଇ ଦେଲେ ଉତ୍ୟେକ୍ତ ଲୋକ । ଆଉ ଜଣେ ବ୍ୟକ୍ତି ନିଆଁରେ ପୋଡି ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଆଳଙ୍ଗପୁର ଗାଁର ଈଶ୍ୱର ବିଶ୍ୱାଳ ଓ ଶଙ୍କର ସ୍ୱାଇଁଙ୍କ ପରିବାର ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗିରହିଛି । ତାହା ସମାଧନ ନ ହେବାରୁ ଇଶ୍ୱର ବିଶ୍ୱାଳ ଉତ୍କ୍ଷିପ୍ତ ହୋଇ ଶଙ୍କରଙ୍କ ପାଳଗଦା ସହ ତାଙ୍କ ଉପରେ ପଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ସେ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ।

ସେପଟେ ଏହି ଘଟଣା ଅନ୍ୟ ଗୋଷ୍ଠୀ ଉତ୍କ୍ଷିପ୍ତ ହୋଇ ଇଶ୍ୱରଙ୍କ ଘର ଉପରକୁ ଇଟା ପଥର ମାଡ କରିବା ସହ ଠେଙ୍ଗା ଧରି ଗାଁ ଦାଣ୍ଡରେ ଅସଭ୍ୟ ଭାଷାରେ ଗାଳୁ ଗୁଲଜ କରୁଥିବା ଭିଡିଓ ଏବେ ସାମ୍ନାକୁ ଆସଛି । ଗାଁ ଦାଣ୍ଡରେ ଠେଙ୍ଗା ବୁଲୁଥିବା ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ବେଳେ ଅସ୍ତରଙ୍ଗ ପୁଲିସ ଇଶ୍ୱର ବିଶ୍ୱାଳକୁ ଅଟକ ରଖିଛି ତଦନ୍ତ କରୁଛି ।

ଏସଡି ମାଡରେ ଶଙ୍କର ମୁହଁ, ହାତ, ପିଠିର କିଛି ଅଂଶ ପୋଡି ଯାଇଥିବା ବେଳେ ତାଙ୍କୁ ଚାରିଛକ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେପଟେ ଏହି ଘଟଣାରେ ପୁଲିସର ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ପରସ୍ପର ବିରୁଦ୍ଧରେ ଦୋଷାରୋପ କରୁଛନ୍ତି ଦୁଇ ଗୋଷ୍ଠୀ ।