କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ ବା ବିବିସି ତିଆରି କରିଥିବା ଡକ୍ୟୁମେଣ୍ଟାରୀକୁ ନେଇ ଉପୁଜିଥିବା ବିବାଦ ବଢ଼ି ବଢ଼ି ଚାଲିଛି । ଏହି ପ୍ରସଙ୍ଗକୁ ନେଇ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ଜେଏନୟୁରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।

Advertisment

ବିଜେପି ବିରୋଧୀ ଛାତ୍ର ସଂଗଠନ ଗୁଡ଼ିକ ଏହି ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ କରିବାକୁ ଅଡ଼ିବସିଥିଲେ । ହେଲେ ଏଥିପାଇଁ କର୍ତ୍ତୃପକ୍ଷ ଅନୁମତି ଦେଇନଥିଲେ । ହେଲେ କାର୍ଯ୍ୟକ୍ରମ ବାତିଲ କରିବାକୁ ଜେଏନୟୁ ଛାତ୍ରସଂଘ ରାଜି ନହେବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଛାତ୍ରସଂଘ କାର୍ଯ୍ୟାଳୟରେ କେତେକ ଛାତ୍ର ଲାପଟପ୍ ଏବଂ ମୋବାଇଲରେ ସିରିଜ୍ ଦେଖୁଥିବା ବେଳେ ସେମାନଙ୍କ ଉପରେ ଆଉ ଏକ ଛାତ୍ର ଗୋଷ୍ଠୀ ପଥରମାଡ଼ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କ୍ୟାମ୍ପସରେ ଉତେଜନା ବଢ଼ିଛି ।

ଛାତ୍ରସଂଘ କାର୍ଯ୍ୟାଳୟରେ ବିଦ୍ୟୁତ ଓ ଇଂଟରନେଟ ସଂଯୋଗ ବିଛିନ୍ନ କରାଯାଇଥିବାର ଖବର ମିଳିଛି । ଅନ୍ୟପକ୍ଷରେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏକ ଛାତ୍ର ଗୋଷ୍ଠୀ ସୋମବାର ବିବିସିର ମୋଦୀ ବିରୋଧୀ ଡକ୍ୟୁମେଂଟ୍ରିକୁ ପ୍ରଦର୍ଶିତ କରିଛନ୍ତି ।