କନକ ବ୍ୟୁରୋ: ଗଞ୍ଜାମ ଧରାକୋଟରେ ଗୋଷ୍ଠୀ ସଂଘର୍ଷ । ମୁଣ୍ଡମରାଇ ପଂଚାୟତ ଭଣ୍ଡାରୀବସାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଗୁରୁତର ଦୁଇ ଜଣ ହେଲେ ଶଙ୍କର ରାଓ ଏବଂ ରଶ୍ମିତା ପାତ୍ର । ଉଭୟ ପକ୍ଷରୁ ଏହି ଦୁଇ ଜଣ ଗୁରୁତର ହୋଇଛନ୍ତି । ପ୍ରଥମେ ଧରାକୋଟ ହସ୍ପିଟାଲରେ ଭର୍ତି କରାଯାଇଥିଲା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ଆହାତଙ୍କୁ ମେଡିକାଲ ପଠାଇଛି । କିଛି ଲୋକଙ୍କ ଅଟକାଇ ପୋଲିସ ତଦନ୍ତ କରୁଛି ।