ଦୁର୍ଗାମୂର୍ତ୍ତି ଉଚ୍ଚତା ବଢିବା ନେଇ କଟକ ଶାନ୍ତି କମିଟି ବୈଠକରେ ଅଶାନ୍ତି । ସରକାରଙ୍କ ନିଷ୍ପତ୍ତି ବିରୋଧରେ ହୋ ହଲ୍ଲା, ନାରାବାଜୀ । 

106

କନକ ବ୍ୟୁରୋ: କଟକରେ ଦୁର୍ଗାମୂର୍ତ୍ତି ଉଚ୍ଚତା ବଢିବା ନେଇ କଟକ ଶାନ୍ତି କମିଟି ବୈଠକରେ ଅଶାନ୍ତି ଦେଖାଦେଇଛି । ବୈଠକରେ ପ୍ରବଳ ହୋ ହଲ୍ଲା ଓ ନାରାବାଜୀ ହୋଇଛି ।  ମୂର୍ତ୍ତି ଉଚ୍ଚତା ନ ବଢିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପୂଜା କମିଟିର କିଛି କର୍ମକର୍ତ୍ତା ଏଭଳି ହୋ ହଲ୍ଲା କରିଛନ୍ତି ।  ପରିସ୍ଥିତିକୁ ଶାନ୍ତ କରିବା ପାଇଁ ହୋ ହଲ୍ଲା କରୁଥିବା କର୍ମକର୍ତ୍ତାଙ୍କୁ ସଭାସ୍ଥଳ ବାହାରକୁ ନିଆଯିବା ପରେ ପରିସ୍ଥିତି ଶାନ୍ତ ପଡିଛି । ସରକାରଙ୍କ ନିଷ୍ପତ୍ତି ନେଇ ଆଜି ଶାନ୍ତି ବୈଠକ ବସିଥିଲା  । ଏଥିରେ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିବେଦନ କରିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ୧୬ ତାରିଖ ମଧ୍ୟରେ ସକାରାତ୍ନକ ନିଷ୍ପତ୍ତି ନ ଆସିଲେ ୧୭ରେ ପୁଣି ବୈଠକ ବସିବ । ଦୁର୍ଗାମୂର୍ତ୍ତିର ଉଚ୍ଚତା ବୃଦ୍ଧି ପାଇଁ ପୂର୍ବରୁ ଅନେକ ସଙ୍ଗଠନ ଦାବି କରିଥିଲେ । ଏହାସତ୍ତେ୍ୱ ମୂର୍ତି ଉଚ୍ଚତା ବଢିବ ନାହିଁ ବୋଲି ଗତକାଲି ସରକାର ଘୋଷଣା କରିଥିଲେ ।