କନକ ବ୍ୟୁରୋ : ଗୋରୁ ବୋଝେଇ ଗାଡି ଚାଲାଣକୁ ଅଟକେଇବାକୁ ନେଇ ଖୋର୍ଦ୍ଧାରେ ଉତ୍ତେଜନା । ଜଙ୍କିଆ ଥାନା ଛଣଗିରିରେ ଉଭୟ ଗୋଷ୍ଠୀ ମୁହାଁମୁହିଁ। ଦୋକାନରେ ନିଆଁ ଲଗାଇଦିଆଯିବା ସହିତ ଗାଡି ଭଙ୍ଗାରୁଜା କରାଯାଇଛି। ଏହି ଘଟଣାରେ ଦୁଇ ଜଣ ଗୁରୁତର ସୂଚନା। ୧୬ ନମ୍ବର ଜାତୀୟ ରାଜପଥ ଜଙ୍କିଆ ଠାରେ ଟାୟାର ଜାଳି ଅବରୋଧ କରିଛନ୍ତି ଲୋକେ। ଘଟଣା ସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି। ଖୋର୍ଦ୍ଧା ଏସଡିପିଓଙ୍କ ସମେତ ଜଙ୍କିଆ ପୋଲିସ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ। ବଜାରରେ ଥିବା କେତେକ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ଏହି ଉତ୍ତେଜନାକାରୀ।
ଗୋରୁ ବୋଝେଇ ଗାଡି ଅଟକାଇବାକୁ ନେଇ ଖୋର୍ଦ୍ଧା ଜଙ୍କିଆରେ ଉତ୍ତେଜନା । ଦୁଇଗୋଷ୍ଠୀ ମୁହାଁମୁହିଁ । ଦୋକାନ ପୋଡି ଦେବା ସହ ଗାଡି ଭଙ୍ଗାରୁଜା
/kanak/media/post_attachments/wp-content/uploads/2024/08/52-2.jpg)