ଟିକେଟ୍ ବଢାଇଲା କଂଗ୍ରେସ ଟେନସନ: ଟିକେଟ ବଂଟନକୁ ନେଇ ଝାରସୁଗୁଡା ପାର୍ଟି ଅଫିସରେ ଝୁଲିଲା ତାଲା, ନୀଳଗିରିରେ ଅଧାରୁ ବନ୍ଦ ହେଲା ବୈଠକ

ଟିକେଟ୍ ବଢାଇଲା କଂଗ୍ରେସ ଟେନସନ: ଟିକେଟ ବଂଟନକୁ ନେଇ ଝାରସୁଗୁଡା ପାର୍ଟି ଅଫିସରେ ଝୁଲିଲା ତାଲା, ନୀଳଗିରିରେ ଅଧାରୁ ବନ୍ଦ ହେଲା ବୈଠକ

କନକ ବ୍ୟୁରୋ: ଟିକେଟକୁ ନେଇ କଂଗ୍ରେସରେ କନ୍ଦଳ । ଝାରସୁଗୁଡା କଂଗ୍ରେସ ପାର୍ଟି ଅଫିସରେ ଝୁଲିଲା ତାଲା । ମହେନ୍ଦ୍ର ନାୟକଙ୍କୁ ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ ଘୋଷଣା ହେବା ପରେ ଅସନ୍ତୋଷ ବଢିଛି । ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ୍ ଅଫିସରେ ତାଲା ପକାଇଛନ୍ତି ଦଳର ବରିଷ୍ଠ ତଥା ପୁରୁଣା ନେତା ଓ କର୍ମୀ । ଏମାନେ ମହେନ୍ଦ୍ର ନାୟକଙ୍କୁ ବିରୋଧ କରିଛନ୍ତି ।

publive-image

ସେହିପରି ନୀଳଗିରିରେ ଅଧାରୁ ବନ୍ଦ ହେଲା କଂଗ୍ରେସ କର୍ମୀ ସମ୍ମିଳନୀ । ମନଜାମଂଜରୀ ଦେବିଙ୍କୁ ବିଧାନସଭା ପ୍ରାର୍ଥୀ ଭାବେ ଦଳୀୟ ଟିକଟ ମିଳିବା ପରେ ବିରୋଧ ଯୋର ଧରିଛି । କଂଗ୍ରେସ ୨ ଆଶାୟୀ ପ୍ରାର୍ଥୀଙ୍କ ସମର୍ଥକ ମନଜାମଂଜରୀ ଦେବୀଙ୍କୁ ବିରୋଧ କରି ଲଙ୍କାକାଣ୍ଡ କରିଛନ୍ତି । ଆଜିର କର୍ମୀ ସମ୍ମିଳନୀ ଦାୟିତ୍ୱ ପୂର୍ବତନ ବିଧାୟକ ପ୍ରାର୍ଥୀ ଅକ୍ଷୟ କୁମାର ଆଚାର୍ଯ୍ୟ ଓ ଚିତ ରଂଜନ ଷଡଙ୍ଗୀଙ୍କୁ ଦେଇଥିଲେ କଂଗ୍ରେସର ସଂଭାବ୍ୟ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ।

publive-image

କଂଗ୍ରେସ ନିଳଗିରି ନଗର ସଭାପତି ଅଧ୍ୟକ୍ଷ ରଘୁନାଥ ସିଂହ ସଭାର ଅଧ୍ୟକ୍ଷତା କରୁଥିବା ମନଜାମଂଜରୀ ଦେବୀଙ୍କ ସମର୍ଥକ ମଂଚରେ ପହଂଚି ମାଇକ୍ରୋ ଫୋନ ଛଡାଇ ଆଣି ମନଜାମଂଜରୀ ଅଧ୍ୟକ୍ଷତା କରିବେ ବୋଲି କହିଥିଲେ ।ଏହାପରେ ମନଜାମଂଜରୀ ଦେବିଙ୍କ ସମର୍ଥକ ଏବଂ ଅକ୍ଷୟ କୁମାର ଆଚାର୍ଯ୍ୟ ଓ ଚିତ ରଂଜନ ଷଡଙ୍ଗୀ ସମର୍ଥକଙ୍କ ମଧ୍ୟରେ ମାରପିଟ ହୋଇଥିଲା । ପରିସ୍ଥିତି ଉତେଜନାପୂର୍ଣ୍ଣ ହେବାରୁ କର୍ମୀ ସମ୍ମିଳନୀଙ୍କୁ ଅଧାରୁ ବନ୍ଦ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe