କନକ ବ୍ୟୁରୋ: ଜଗତସିଂହପୁରରେ ପଦାରେ ପଡିଛି ବିଜେଡିର ଗୋଷ୍ଠୀ କନ୍ଦଳ । ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଆସନ ପାଇଁ ବିଜେଡିରୁ ଟିକେଟ ପାଇଥିବା ପ୍ରଶାନ୍ତ ମୁଦୁଲିଙ୍କୁ ବିରୋଧ । ପ୍ରଶାନ୍ତ ମୁଦୁଲି ଆଜି ନାଉ ଗାଁ ବ୍ଲକକୁ ରାଲିରେ ଯାଇଥିବା ବେଳେ ତାଙ୍କୁ ବିଭିନ୍ନ ସ୍ଥାନରେ କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କରାଯାଇଥିଲା ।
ବାଲିଭଉଁରୀରୁ ନାଉଗାଁ ଯିବା ବାଟରେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଫଳରେ ପ୍ରଶାନ୍ତ ମୁଦୁଲିଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସେଠାରେ ଥିବା ପୁଲିସ ପ୍ରଶାସନ ପକ୍ଷରୁ ଉଭୟ ଗୋଷ୍ଠୀଙ୍କୁ ଆୟତ କରାଯିବା ପରେ ଶୋଭାଯାତ୍ରା ନାଉଗାଁ ଯାଇଥିଲା ।
ଜଗତସିଂହପୁର ବିଧାନସଭା ଆସନ ପାଇଁ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ ଦାବି କରି ଆସୁଥିବା ବେଳେ ବାଲିକୁଦା ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରାଯାଇଛି । ଯାହାକୁ ନେଇ ଗତ ୫ ଦିନ ହେବ ବିରୋଧ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/JAGATDINGHPUR-RALLY.jpg)
/kanak/media/post_attachments/wp-content/uploads/2019/04/Screen-shot-2019-04-06-at-5.04.40-PM-300x165.png)
/kanak/media/post_attachments/wp-content/uploads/2019/04/Screen-shot-2019-04-06-at-5.04.57-PM-300x164.png)