ବାଣୀବିହାରରେ ଉତ୍ତେଜନା । କ୍ୟାମ୍ପସ୍ ଖୋଲୁ ଖୋଲୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ।

330

କନକ ବ୍ୟୁରୋ: କରୋନା ପାଇଁ ଦୀର୍ଘ ୯ ମାସ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ବନ୍ଦ ରହିବା ପରେ ନିକଟରେ ଖୋଲିଛି । ତେବେ ଖୋଲୁ ଖୋଲୁ ହିଁ କ୍ୟାମ୍ପସ ଅଶାନ୍ତ ହୋଇଉଠିଛି । ବିଶ୍ବବିଦ୍ୟାଳୟର ଗୋପବନ୍ଧୁ ଛାତ୍ରାବାସର ବିଭିନ୍ନ ଅବ୍ୟବସ୍ଥା ନେଇ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସମସ୍ୟା ସମାଧାନ ନେଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଗୋଟେ ଗୋଷ୍ଠୀ ଭେଟିବାକୁ ଯାଉଥିବା ବେଳେ ଅନ୍ୟ ଏକ ଛାତ୍ର ଗୋଷ୍ଠୀ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଏହାର ପ୍ରତିବାଦ କରି ଗୋଟିଏ ଛାତ୍ର ଗୋଷ୍ଠୀ ହଷ୍ଟେଲ ଆଗରେ ଆନ୍ଦୋଳନ କରୁଛନ୍ତି । କ୍ୟାଣ୍ଟିନରେ ନିମ୍ନମାନର ଖାଦ୍ୟ ଯୋଗାଯାଉଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନେବା ସହ ହଷ୍ଟେଲରେ ଥିବା ବିଭିନ୍ନ ସମସ୍ୟା ସମାଧାନ କରିବାକୁ ଛାତ୍ରମାନେ ଦାବି କରିଛନ୍ତି ।