କନକ ବ୍ୟୁରୋ: ଦେଶର ଅତି ସୁରକ୍ଷିତ କୁହାଯାଉଥିବା ଦିଲ୍ଲୀର ତିହାର ଜେଲରେ ପୁଣି ହିଂସା । ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟି ୧୫ଜଣ କଏଦୀ ଗୁରୁତର ଆହତ ହୋଇଛନ୍ତି । କଏଦୀଙ୍କ ମଧ୍ୟରେ ବଚସାକୁ ନେଇ ହିଂସା କାଣ୍ଡ ଘଟିଥିବା ଜଣାପଡିଛି ।
ତିହାର ପ୍ରଶାସନର ସୂଚନା ମୁତାବକ, କିଛି କଏଦୀଙ୍କୁ ପ୍ରାଥମିକ ଚିିକିତ୍ସା ପରେ ସେମାନଙ୍କୁ ପୁଣିଥରେ ଜେଲରେ ବନ୍ଦ କରାଯାଇଥିବାବେଳେ ଅନ୍ୟ କିଛି କଏଦୀଙ୍କ ଚିକିତ୍ସା ଏବେବି ଚାଲିଛି । ପୁରା ଘଟଣାକ୍ରମର ଯାଞ୍ଚ ଆରମ୍ଭ କରିଛି ତିହାର ଜେଲ ପ୍ରଶାସନ । ତିହାର ଜେଲ ସବୁଠୁ ସୁରକ୍ଷିତ କୁହାଯାଉଥିଲେ ବି ଏଠାରେ ହିଂସା ଘଟିବାରେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏଠାରେ ହିଂସା ଘଟିଛି ।
ଫେବୃଆରୀ ମାସରେ ମଧ୍ୟ କଏଦୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା । ଏଥିରେ ୪ ଜଣ କଏଦୀ ଗୁରୁତର ହୋଇଥିବାବେଳେ ସହାୟକ ଜେଲ ଅଧିକ୍ଷକ ଓ ୱାର୍ଡେନ୍ ଆହତ ହୋଇଥିଲେ । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ସହାୟକ ଜେଲ ଅଧୀକ୍ଷକ ମଧ୍ୟ ଆହତ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/8-24.jpg)