କନକ ବ୍ୟୁରୋ : ଭଦ୍ରକରେ ଡିଜେ ବଜାଇବା ଘଟଣାକୁ ନେଇ ଗଣ୍ଡଗୋଳ । ଧାମନଗର ଚୂଡାକୁଟି ମେଳଣର ଶୋଭାଯାତ୍ରା ବାହାରିବା ବେଳେ ଡିଜେକୁ ନେଇ ପୁଲିସ ଓ ଜନତା ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଛି । ବିନା ଅନୁମତିରେ ଡିଜେ ବାଜୁଥିବା ସମୟରେ ଧାମନଗର ପୋଲିସ ପହଂଚି ଡିଜେ ବନ୍ଦ କରିବାକୁ ଉଦ୍ୟମ କରିଥିଲା । ଏହାକୁ ନେଇ ପୁଲିସ ଓ ଜନତା ମଧ୍ୟରେ ଧସ୍ତା ଧସ୍ତି ହୋଇଛି । ପୁଲିସ ୨ଟି ଡିଜେକୁ ଜବତ କରିଥିବା ବେଳେ ପୁଲିସ ମାଡରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉତ୍ତେଜନା ଥିବାରୁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us
/kanak/media/post_attachments/wp-content/uploads/2019/03/Capture-18-300x164.jpg)