କନକ ବ୍ୟୁରୋ : ମୀନାବଜାର ବନ୍ଦ କରିବାକୁ ଆସିଥିବା ପୋଲିସ ସହ ସ୍ଥାନୀୟ ଲୋକଙ୍କ ଧସ୍ତାଧସ୍ତି । ପୋଲିସ ଗାଡିକୁ ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଗ୍ରାମବାସୀ । ଗତକାଲି ରାତିରେ ଆଠଗଡ ତିଗିରିଆ ଥାନା ପାଂଚଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପାଂଚଗାଁଠାରେ ଚାଲିଥିବା ମୀନା ବଜାର ବନ୍ଦ କରିବାକୁ ତିଗିରିଆ ପୋଲିସ ପହଞ୍ଚିଥିଲା ।
ମୀନା ବଜାର ବନ୍ଦ କରିବାକୁ ପୋଲିସ ଅଧିକାରୀ କହିବାରୁ ଲୋକେ ବିରୋଧ କରିଥିଲେ । ଏହାକୁ ନେଇ କଥା କଟାକଟି ପରେ ଉତ୍ତେଜନା ବଢିଥିଲା । ଉତ୍ତ୍ୟକ୍ତ ଗ୍ରାମବାସୀ ପୋଲିସ କର୍ମଚାରୀଙ୍କୁ ଠେଲାପେଲା କରିଥିଲେ । ତିଗିରିଆ ଥାନା ଏସଆଇ ଅଶ୍ଲୀଳ ଭାଷା ପ୍ରୟୋଗ କରିବାରୁ ତାତିଯାଇଥିଲେ ଲୋକେ । ପୋଲିସ ଗାଡିକୁ ଭଙ୍ଗାରୁଜା କରି ପୋଲିସ କର୍ମଚାରୀଙ୍କୁ ଠେଲାପେଲା କରିଥିଲେ । ପରେ ଆଇଆଇସି ଗାଁ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଶାନ୍ତ ପଡିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/09/vlcsnap-2023-09-26-11h54m12s595.jpg)