କନକ ବ୍ୟୁରୋ : ସବଡିଭିଜନ ଦାବିରେ ଆଠ ଘଣ୍ଟିଆ ଜଳେଶ୍ୱର ବନ୍ଦ । ଜଳେଶ୍ୱର ଯୁବଛାତ୍ର ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ । ଜରୁରୀକାଳୀନ ସେବା ବ୍ୟତୀତ ଦୋକାନ ବଜାର , ବସ୍ , ଟ୍ରକ ଚଳାଚଳ ବନ୍ଦ ରହଛି । ସକାଳ ୭ଟାରୁ ଦିନ ୩ଟା ଯାଏ ବନ୍ଦ ରହିବ ଦୋକାନ ବଜାର ଓ ଗାଡି ଚଳାଚଳ । ଏହି ବନ୍ଦକୁ ସମସ୍ତେ ସମର୍ଥନ କରିବା ଆବଶ୍ୟକ ବୋଲି ଯୁବଛାତ୍ର ସଂଗଠନ ପକ୍ଷରୁ କୁହାଯାଇଛି । କାରଣ ସବଡିଭିଡନାଲ ଦାବି କାହାର ବ୍ୟକ୍ତିଗତ ସ୍ୱାର୍ଥ ନୁହେଁ ଏହା ହେଉଛି ସମୂହ ସ୍ୱାର୍ଥ । ଏହାଦ୍ୱାରା ସମସ୍ତଙ୍କୁ ସୁବିଧା ମିଳିବ । ତେଣୁ ଏହି ବନ୍ଦରେ ଦଳଗତ ନିର୍ବିଶେଷରେ ସମସ୍ତେ ସାମିଲ ହେବାକୁ ଯୁବଛାତ୍ର ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି ।