କନକ ବ୍ୟୁରୋ : ପ୍ରଧାନ ବିଚାରପତି ଏନ୍ଭି ରମଣା ଆନ୍ଧ୍ରପ୍ରଦେଶର କ୍ରୀଷ୍ଣା ଜିଲ୍ଲା ଅଧୀନସ୍ଥ ତାଙ୍କ ପୈତୃକ ଗ୍ରାମ ପୁନ୍ନଭରମରେ ଆଜି ବଳଦ ଗାଡ଼ିରେ ଯାତ୍ରା କରିଛନ୍ତି। ଚଳିତ ବର୍ଷ ଏପ୍ରିଲରେ ରମଣା ପ୍ରଧାନ ବିଚାରପତି ହେବାପରେ ପ୍ରଥମ ଥର ନିଜ ଗ୍ରାମକୁ ଯାଇଛନ୍ତି ।
ଗାଁ ନିକଟରେ ପହଞ୍ଚିବାପରେ ରମଣା ଏବଂ ତାଙ୍କ ପତ୍ନୀଙ୍କୁ ଗ୍ରାମବାସୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା ଏବଂ ସେମାନଙ୍କୁ ପାରମ୍ପରିକ ବଳଦ ଗାଡ଼ିରେ ଗାଁକୁ ନିଆଯାଇଥିଲା। ପ୍ରଧାନ ବିଚାରପତିଙ୍କ ଆଗମନରେ ଗାଁରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ଲୋକ କଳାକାରମାନେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇଥିଲେ ଏବଂ ଲୋକ ନୃତ୍ୟ ପରିବେଷଣ କରିଥିଲେ। ଜଷ୍ଟିସ ରମଣା ଗାଁରେ ୪ ଘଣ୍ଟା ରହି ବିଜୟୱାଡ଼ା ଫେରି ଆସିଥିବା ଜଣାପଡ଼ିଛି।