ଦେଶର ମେଡିକାଲ ସେକ୍ଟରକୁ ପ୍ରାଥମିକତା ଦେଉନାହାନ୍ତି ସରକାର । ଏହା ଚିନ୍ତାର ବିଷୟ ବୋଲି କହିଲେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି

103

କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ.ବି ରମନ୍ନା କହିଛନ୍ତି କି,ସରକାର ମେଡିକାଲ ସେକ୍ଟରକୁ ପ୍ରାଥମିକତା ଦେଉ ନାହାନ୍ତି । ସେ କହିଛନ୍ତି କି, ମେଡିକାଲ ପ୍ରଫେସନାଲ ଓ ଭିତ୍ତିଭୂମୀର ଅଭାବ ରହିଛି । ଏହା ଉପରେ ସରକାର ତୁରନ୍ତ ଧ୍ୟାନଦେବା ଆବଶ୍ୟକ ବୋଲି ମୁଖ୍ୟ ବିଚାରପତି କହିଛନ୍ତି ।

ଅନ୍ୟପଟେ ମେଡିକାଲରେ ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ନ୍ୟାୟାଧିଷ କହିଛନ୍ତି କି ଅନ୍ୟର ଭୂଲ ପାଇଁ ଡାକ୍ତର ମାନଙ୍କ ଉପରେ ଆକ୍ରମଣ ହେଉଛି । ଜଷ୍ଟିସ୍ ରମନ୍ନା ଡାକ୍ତର ଦିବସରେ ଡାକ୍ତର ମାନଙ୍କୁ ସମ୍ବୋର୍ଦ୍ଧିତ କରିବା ବେଳେ ଏଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି କି ତମାଖୁ ଓ ପଲ୍ସ ପୋଲିଓକୁ ନେଇ ଦେଶରେ ସଚେତନତା ଅଭିଯାନ ଆରମ୍ଭ କରିବା ଦରକାର । ଏହି ସଚେତନତା ଅଭିଯାନରେ ରାଜ୍ୟ ସରକାରମାନେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି ।

ଡାକ୍ତର ଦିବସରେ ଡାକ୍ତର ମାନଙ୍କୁ ସମ୍ବୋର୍ଦ୍ଧିତ କରିବା ବେଳେ ଜଷ୍ଟିସ୍ କରୋନା କାଳରେ ଡାକ୍ତର ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଡ୍ୟୁଟିରେ ଥିବା ଡାକ୍ତର ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ସେ ଦୃଢ ନିନ୍ଦା କରିଛନ୍ତି । ଏହାସହ ସେ କହିଛନ୍ତି କି ଅନ୍ୟର ଭୂଲ ପାଇଁ ମେଡିକାଲ ପ୍ରଫେସନାଲ ଓ ଡାକ୍ତରମାନେ ଦଣ୍ଡିତ ହେଉଛନ୍ତି । ତେଣୁ ମେଡିକାଲ ଭିତ୍ତିଭୂମୀ ଓ ମେଡିକାଲ ପ୍ରଫେସନାଲଙ୍କ ବିକାଶକୁ ସରକାର ପ୍ରାଥମିକତା ଦେଉନଥିବା ଚିନ୍ତାର ବିଷୟ ।