ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ସ୍ୱଦେଶ ଫେରାଇ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଶାନ୍ତିର ବାର୍ତ୍ତା ଦେବା କଥା କହିଲେ ମଧ୍ୟ ତାଙ୍କ ଅସଲ ଚେହେରା ସୀମାରେ ଜଳଜଳ ହୋଇ ଦେଖାଦେଉଛି । ରାତି ଅଧରେ ପାକିସ୍ତାନୀ ରେଞ୍ଜର ଜମ୍ମୁ-କାଶ୍ମୀରର ପୁ୍ଛ୍ ଜିଲ୍ଲା ଏଲଓସିରେ ଗୁଳିବର୍ଷା କରିଥିଲେ । ଏହି ଭୀଷଣ ଗୁଳିବର୍ଷାରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଜୀବନ ହରାଇଲେ ଏବଂ ଦୁଇଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଗତ କିଛି ଦିନ ହେଲା ପୁ୍ଛ୍ ରେ ୪ ଜଣ ନିରୀହ ଲୋକଙ୍କ ଜୀବନ ଯାଇଛି । ଅଧିକାରୀଙ୍କ କହିବାନୁସାରେ ପାକ୍ ସେନା ମୋର୍ଟାର ଏବଂ ଭାରୀ ଗୁଳିରେ ସାଧାରଣ ନାଗରିକ ବସବାସ କରୁଥିବା ଅଞ୍ଚଳକୁ ଟାର୍ଗେଟ୍ କରୁଛନ୍ତି । ଭାରତୀୟ ସୁରକ୍ଷା ବଳୟ ଏହାର ପାଲଟା ଜବାବ୍ ଦେଉଥିଲେ ହେଁ ସାଧାରଣ ଜନତାଙ୍କ ଜୀବନ ଉପରେ ଏବେ ସଙ୍କଟ ମାଡିବସିଛି । ଭୀଷଣ ଗୁଳିବର୍ଷାରେ ଉକ୍ତ ଅଞ୍ଚଳର ଅନେକ ଘରେ ଗୁଳି ଆସି ବାଜିଛି ।
ପୁ୍ଛ୍ ଅଞ୍ଚଳର ସଲୋତ୍ରୀ,ମନକୋଟ୍ , କୃଷ୍ଣାଘାଟୀ ଏବଂ ବାଲାକୋଟ୍ ଅଞ୍ଚଳରେ ମଧ୍ୟ ଗୁଳିବର୍ଷା ହେବା ଆରମ୍ଭ ହୋଇଯାଇଛି । ସ୍ଥିିତି ଏଭଳି ହୋଇଛି ଯେ ଲଗାତାର ୮ ଦିନରେ ପାକିସ୍ତାନ ଏଲଓସିର ସଂଘର୍ଷବିରାମକୁ ଉଲ୍ଲଘଂନ କରିଛି । ପାକ୍ ସେନା ବିଗତ ସପ୍ତାହରେ ପ୍ରାୟ ୬୦ ଥର ସଂଘର୍ଷବିରାମକୁ ଉଲ୍ଲଘଂନ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/ceasefire-violation-by-Pakistan-in-Poonch.jpg)
/kanak/media/post_attachments/wp-content/uploads/2019/03/aa-Cover-fme94lrqkvceulhmo80268l6c3-20171004202958.Medi_-300x168.jpeg)