ଘୁଞ୍ଚିଲା ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା । ଅକ୍ଟୋବର ୧୦କୁ ପରୀକ୍ଷା ଘୁଞ୍ଚାଇଲା ୟୁପିଏସସି

549

କନକ ବ୍ୟୁରୋ: ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା ତାରିଖ ଘୁଞ୍ଚଇଲା ୟୁପିଏସସି । ଏହି ପରୀକ୍ଷା ତାରିଖକୁ ଅକ୍ଟୋବର ୧୦କୁ ଘୁଞ୍ଚାଇ ଦିଆଯାଇଛି । ଦେଶରେ କରୋନା ମହାମାରୀର ସଙ୍କଟକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ୟୁପିଏସସି । ଏହି ପରୀକ୍ଷା ଜୁନ ୨୭ରେ ହେବାର ଥିଲା । । ତେବେ ପରୀକ୍ଷା ଘୁଞ୍ଚାଇବା ନେଇ ୟୁପିଏସସି ପକ୍ଷରୁ ନୋଟିସ ଜାରି କରାଯାଇଛି ।

ଜାରି ହୋଇଥିବା ନୋଟିସରେ ଲେଖାଅଛି, କରୋନା ଭାଇରସ ଯୋଗୁଁ ୟୁପିଏସସି ପ୍ରିଲିମ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏହି ପରୀକ୍ଷା ଜୁନ ୨୭ ବଦଳରେ ୧୦ ଅକ୍ଟୋବର ୨୦୨୧ରେ ଅନୁଷ୍ଠିତ ହେବ ।

କରୋନା ପାଇଁ ସୋସିଆଲ ମିଡିଆରେ ମଧ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଆସୁଥିଲେ । ଗତ ବର୍ଷ ମଧ୍ୟ କରୋନା ଯୋଗୁଁ ମେ ୩୧ରୁ ପରୀକ୍ଷାକୁ ଘୁଞ୍ଚାଇ ଅକ୍ଟୋବର ୪ ତାରିଖରେ କରାଯାଇଥିଲା । ତେବେ ଏନେଇ ଅଧିକ ତଥ୍ୟ ପାଇଁ ୟୁପିଏସସିର ଅଫିସିଆଲ ୱେବସାଇଟକୁ ଯାଇପାରିବେ ।