ସିଆରପିଏଫ ୧୯ ବାଟାଲିୟନ ପକ୍ଷରୁ ସିଭିକ ଆକ୍ସନ ପୋଗ୍ରାମ ଆୟୋଜିତ : ଗ୍ରାମବାସୀଙ୍କୁ ସୋଲାର ଲାଇଟ୍ ସହ ହିତାଧୀକାରୀଙ୍କୁ ଶ୍ରମିକ କାର୍ଡ ପ୍ରଦାନ

30

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର କେ ବଲାଙ୍ଗ ଠାରେ ସିଆରପିଏଫ ୧୯ ବାଟାଲିୟମ ପକ୍ଷରୁ ସିଭିକ ଆକ୍ସନ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । ଏଥିରେ ଗ୍ରାମବାସୀଙ୍କୁ ସୋଲାର ଲାଇଟ, ପାନୀୟ ଜଳ ସଂରକ୍ଷଣ ପାଇଁ ସିମେଂଟ ଟାଙ୍କି, ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ କାର୍ଡ, ସ୍ୱବଲମ୍ବି ହେବା ପାଇଁ ତାଲିମ ପାଇଥିବା ଯୁବକଙ୍କ ପ୍ରମାଣପତ୍ର, ନିର୍ମାଣ ଓ ସୁରକ୍ଷା ଉପକରଣ ଦିଆଯାଇଛି । ଜାମୁଡିହି, କେ. ବଲାଙ୍ଗା, ରେଞ୍ଜେଡା, ସ୍ୱୟଂବା ଓ ଝାରବେଡା ଆଦି ପଂଚାୟତର ୪ଶହରୁ ଅଧିକ ବାସିନ୍ଦା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସିଆରପିଏଫର କାମକୁ ପ୍ରଶଂସା କରିଛନ୍ତି । ଅଂଚଳରେ ମାଓବାଦୀଙ୍କ ଚଳପ୍ରଚଳ ପୂର୍ବ ଭଳି ନାହିଁ । ଆଉ ଏସବୁ ସିଆରପିଏଫ ଯବାନଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।