ରବିବାର ପାଇଁ ପୋଲିସର ଯାଂଚ କଡାକଡି: ଶହ ଶହ ଗାଡି ଜବତ; ନିୟମ ଉଲ୍ଲଙ୍ଘନ କରି ରାସ୍ତାକୁ ଆସିଥିଲେ ଚାଳକ

2,461

କନକ ବ୍ୟୁରୋ: ଆଜି ସକାଳୁ କଟକରେ ଜବତ ହୋଇଛି କିଛି ଘଂଟା ଭିତରେ ଶତାଧିକ ବାଇକ । ଲକଡାଉନ ସମୟରେ ବାଇକ ନେଇ ସକାଳୁ ସକାଳୁ ରାସ୍ତାକୁ ବାହାରିଥିଲେ ଅନେକ ଆମାନିଆ । ଏମାନଙ୍କୁ ଯାଂଚ କରିବା ସମୟରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ବାଦ୍ ଶତାଧିକ ବାଇକକୁ ଜବତ କରିଛି କମିଶନରେଟ୍ ପୋଲିସ । କରୋନା ମୁକାବିଲା ପାଇଁ ତାଲାବନ୍ଦ ବେଳେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସରକାରଙ୍କ ଉଦ୍ୟମକୁ ଏଭଳି ଘଟଣା କିନ୍ତୁ ଉପହାସ କରୁଛି ।

ଏପଟେ ରାଜଧାନୀରେ କଡାକଡି ହୋଇଛି ମାସ୍କ ଚେକିଂ । ଘରୁ ଯେଉଁମାନେ ପଦାକୁ ବାହାରୁଛନ୍ତି ସାମାଜିକ ଦୂରତା ରକ୍ଷା ସହିତ ମାସ୍କ ପିନ୍ଧିବା ବି ଜରୁରୀ । ଆଜି ଭୁବନେଶ୍ୱରରେ ଟ୍ରାଫିକ୍ ଚେକିଂ ସମୟରେ ମାସ୍କ ପିନ୍ଧିନଥିବା ଗାଡି ଚାଳକ ଓ ଲୋକଙ୍କୁ ଜରିମାନା ଆଦାୟ କରିଛି କମିଶନରେଟ୍ ପୋଲିସ ।