ବଦଳିବ ନିକୋପାର୍କର ରୂପରେଖ ! ନିର୍ମାଣ ହେବ ସିଟି ସେଣ୍ଟର, ମନୋରଞ୍ଜନ ପାଇଁ ରହିବ ସବୁ ପ୍ରକାର ସୁବିଧା

88

କନକ ବ୍ୟୁରୋ : ନିକୋପାର୍କର ବଦଳିବ ରୂପରେଖ । ନିକୋପାର୍କରେ ନିର୍ମାଣ ହେବ ସିଟି ସେଣ୍ଟର । ଏନେଇ ସୂଚନା ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ କ୍ରିଷ୍ଣନ କୁମାର । ପୂର୍ବରୁ ଯେଉଁ ଘରୋଇ କମ୍ପାନି ଏହାର ନିର୍ମାଣ କରୁଥିଲା, ସେହି କମ୍ପାନିକୁ ବାଦ ଦିଆଯାଇଛି । ଏଣିକି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଭାବେ ଏହାର ନିର୍ମାଣ କାର୍ଯ୍ୟ କରିବ ।

ଏହି ସିଟି ସେଣ୍ଟରରେ ସାଧାରଣ ଲୋକଙ୍କ ମନୋରଞ୍ଜନ କରାଯିବ । ଯେଉଁଥିପାଇଁ ଏଠାରେ ଏକ ଆମ୍ୟୁଜମେଣ୍ଟ ପାର୍କ କରାଯିବ । ଏହାର ବ୍ୟୟ ଅଟକଳ କଣ ରହିବ ସେ ନେଇ କୌଣସି ନିଷ୍ପତି ନିଆ ଯାଇନାହିଁ । ଆଜି ସିଟି ସେଣ୍ଟର ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ କ୍ରିଷ୍ଣନ କୁମାର ।