କନକ ବ୍ୟୁରୋ: ମରଣଯନ୍ତା ପାଲଟିଛି ଜୟପୁର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ । କୋଟପାଡ଼ ଠାରୁ ସୁଙ୍କି ପର୍ଯ୍ୟନ୍ତ ପ୍ରାୟ ଦେଢ଼ଶହ କିିମି ରାସ୍ତାର ହାଲ ଏବେ ପୁରା ବେହାଲ । ରାସ୍ତାର ଅବସ୍ଥା ବାବଦରେ ସବୁ ଜାଣି ଅଜଣା ପ୍ରଶାସନ । ତେଣୁ ରାସ୍ତା ମରାମତି ପାଇଁ ସେଲ୍ଫି ଉଠାଇ ପ୍ରତିବାଦ କଲେ ଜୟପୁର ସହରର ଯୁବ ଗୋଷ୍ଠୀ ।
ସରକାରଙ୍କୁ ସେଲଫି ଜଣାଇବ ଜାତୀୟ ରାଜପଥର ଦୟନୀୟ ସ୍ଥିତି । ମରଣ ଯନ୍ତା ପାଲଟିଥିବା ରାଜପଥ ଉପରେ ବସି ସେଲଫି ନେଲେ ଜୟପୁରର କିଛି ସ୍ୱେଚ୍ଛାସେବୀ ଓ ଯୁବଗୋଷ୍ଠୀ । ଆଉ ସେହି ସେଲଫିକୁ ସୋସିଆଲ ମିଡିଆରେ ପୋଷ୍ଟ କରି ରାସ୍ତାର ଦୁରବସ୍ଥା ବାବଦରେ ସରକାରଙ୍କୁ ଜଣାଇଲେ । କେବଳ ଏତିକି ନୁହେଁ ଧୂଳିମୟ ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ମାସ୍କ ବାଂଟିଛନ୍ତି ସ୍ୱେଚ୍ଛାସେବୀ । କୋରାପୁଟ ଜୟପୁର ନିକଟରେ ଜାତୀୟ ରାଜପଥର ମରାମତି ଦାବିରେ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି ଜୟପୁରର ଯୁବ ଗୋଷ୍ଠୀ । ରାଜପଥର ଅନେକ ସ୍ଥାନରୁ ପିଚୁ ଉଠିଯାଇଛି । ଗାଡି ଚଳାଚଳ ବେଳେ ଧୂଆମୟ ପରିବେଶ ସୃଷ୍ଟି ହେଉଛି । ପ୍ରତିଦିନ ଛୋଟମୋଟ ଦୁର୍ଘଟଣାମାନ ଘଟୁଛି । ହେଲେ ରାସ୍ତା ମରାମତି ନାଁରେ ପ୍ରଶାସନ ଦିନ ଗଡ଼ାଉଛି ସିନା କିଛି ପଦକ୍ଷେପ ନେଉନାହିଁ । ତେଣୁ ଜୟପୁର ଜାତୀୟ ରାଜପଥର ଫଟୋ ସୋସିଆଲ ପୋଷ୍ଟ କଲେ ପ୍ରଶାସନର ନିଦ ଭାଙ୍ଗିବ ।
ଜୟପୁର ସହର ଦେଇ ଯାଇଛି ୨୬ ନମ୍ବର ଜାତୀୟ ରାଜପଥ । କୋରାପୁଟ କୋଟପାଡ଼ ଠାରୁ ସୁଙ୍କି ଯାଏଁ ୧୫୦ କିଲୋମିଟରରୁ ଅଧିକ ରହିଛି ଜାତୀୟ ରାଜପଥ । ଛତିଶଗଡ଼ର ଜଗଦଲପୁର ଠାରୁ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ପର୍ଯ୍ୟନ୍ତ ପ୍ରତିଦିନ ଶହଶହ ଗାଡ଼ି ଏହି ରାସ୍ତାରେ ଯାତାୟତ କରୁଛି । ରାସ୍ତା ନିର୍ମାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଦାୟୀତ୍ୱରେ ଥିବା ଅଧିକାରୀଙ୍କ ଉଦାସିନତା ଯୋଗୁଁ ରାସ୍ତା ପାଲଟୁଛି ମରଣଯନ୍ତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/vlcsnap-2019-11-15-15h48m47s520.png)
/kanak/media/post_attachments/wp-content/uploads/2019/11/SELFY-300x223.png)
/kanak/media/post_attachments/wp-content/uploads/2019/11/vlcsnap-2019-11-15-15h48m34s902-300x220.png)