ଲୋକସଭାରେ ପାସ୍ ହେଲା ନାଗରିକତା ସଂଶୋଧନ ବିଲ୍ – ୨୦୧୯ । ଗତକାଲି ସଂସଦରେ ବିଲ୍ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥାପନ କରିଥିଲେ । ଲମ୍ବା ଚର୍ଚ୍ଚା ହେବା ପରେ ସୋମବାର ବିଳମ୍ବିତ ରାତିରେ ନାଗରିକତା ସଂଶୋଧନ ବିଲ୍ ପାସ ହୋଇଛି । ବିଲ ସମର୍ଥନରେ ୩୧୧ ଓ ବିରୋଧରେ ୮୦ଖଣ୍ଡ ଭୋଟ ପଡିଥିଲା । ଏପରିକି ବିଲ୍ ସପକ୍ଷରେ ଏନଡିଏରୁ ଏବେ ଏବେ ଅଲଗା ହୋଇଥିବା ଶିବସେନା ମଧ୍ୟ ସମର୍ଥନ କରିଥିବା ଜଣାପଡିଛି । ଦୀର୍ଘ ସମୟ ଧରି ସଦନରେ ଆଲୋଚନା ପରେ ଏହି ବିଲ୍ ପାରିତ କରିବା ପାଇଁ ଭୋଟ ଗ୍ରହଣ ହୋଇଥିଲା । କଂଗ୍ରେସ, ଟିଏମସି ଓ ଏଆଇଏମଏମର ବିରୋଧ ସତ୍ୱେ ଲୋକସଭାରେ ଏହି ବିଲ ପାରିତ ହୋଇଛି । ଲୋକସଭାରେ ସଂଶୋଧିତ ବିଲ୍ ପାରିତ ହେବା ପରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ବିଭିନ୍ନ ରାଜନୈତିକ ଦଳ ଓ ସାଂସଦମାନଙ୍କୁ ସମର୍ଥନ ପାଇଁ ମୋଦି ଧନ୍ୟବାଦ ଦେଇଛନ୍ତି ।
୨୦୧୬ରେ ଏହି ବିଲ୍ ଲୋକସଭାରେ ଅନୁମୋଦନ ଲାଭ କରିଥିଲେ ମଧ୍ୟ ରାଜ୍ୟସଭାରେ ଅଟକି ଯାଇଥିଲା । ଏବେ କିଛି ସଂଶୋଧନ କରି ପୁଣିଥରେ ବିଲକୁ ଆଗତ କରିଥିଲେ ଗୃହମନ୍ତ୍ରୀ ଅମିତ୍ ଶାହା । ଏବଂ ଆସନ୍ତା ବୁଧବାର ଏହି ବିଲକୁ ରାଜ୍ୟସଭାରେ ଉପସ୍ଥାପନ କରିପାରନ୍ତି ସରକାର । ରାଜ୍ୟସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ନଥିବାରୁ ବିଲକୁ ପାରିତ କରିବା ପାଇଁ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ହେବ । ତେବେ ବିଜେଡି ଓ ୱାଇଏସଆର କଂଗ୍ରେସ ସହାୟତାରେ ରାଜ୍ୟସଭାରେ ଏହି ବିଲ୍ ମୋଦି ସରକାର ପାରିତ କରିପାରନ୍ତି ବୋଲି କୁହାଯାଉଛି ।
ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ : ବିଲ୍ କୁ ବିରୋଧ କରି ଲୋକସଭାରେ ବିରୋଧୀଙ୍କ ହଙ୍ଗାମା , ବିରୋଧୀଙ୍କୁ ବିଲ୍ ଉପରେ ଆଲୋଚନା କରନ୍ତୁ ଗୃହ ଛାଡନ୍ତୁ ନାହିଁ କହିଲେ ଗୃହମନ୍ତ୍ରୀ । ବିଲ୍ ସମ୍ବିଧାନ ବିରୋଧୀ କହିଲେ ଅଧୀର ରଞ୍ଜନ ଚୌଧୁରୀ #KanakNews#CitizenshipAmendmentBill2019pic.twitter.com/E6lOzq7xj4
— Kanak News (@kanak_news) December 9, 2019
ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ପାସ୍ ହେବା ପୂର୍ବରୁ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ଗୃହମନ୍ତ୍ରୀ ଅମିତ୍ ଶାହା । ଦେଶରେ ଥିବା ଅଳ୍ପସଂଖ୍ୟକଙ୍କ ପାଇଁ ଏହି ବିଲ୍ କୌଣସି ଅସୁବିଧା ସୃ୍ଷ୍ଟି କରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ଶାହା । ଏହି ବିଲ୍ ସମ୍ବିଧାନ ଉପରେ ଆଧାରିତ ବୋଲି କହିଥିଲେ ଶାହା । ଏହା ସହିତ ପାକିସ୍ତାନ ଓ ବାଂଲାଦେଶରେ କିଭଳି ଅଳ୍ପସଂଖ୍ୟକଙ୍କ ସଂଖ୍ୟା କମିଛି ଓ ଭାରତରେ ଅଳ୍ପସଂଖ୍ୟକଙ୍କ ସଂଖ୍ୟା ବଢ଼ିଛିି, ସେ ନେଇ ମଧ୍ୟ ସୂଚନା ଦେଇଛନ୍ତି ।/kanak/media/post_attachments/wp-content/uploads/2019/12/modi-amit-shah-afp-650_650x400_41489242577-300x185.jpg)
ତେବେ ଲୋକସଭାରେ ନାଗରିକତା ସଂଶୋଧନ ବିଲକୁ ବିଜେଡି ସମର୍ଥନ କରିଛି । ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଏହି ବିଲ୍କୁ ଦେଶର ସ୍ୱାର୍ଥ ଓ ରାଜ୍ୟର ହିତ ଯୋଗୁଁ ବିଜେଡି ସମର୍ଥନ କରିଛି । ସେପଟେ ପିସିସି ସଭାପତି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପି-ବିଜେଡି ଦେଶ କିମ୍ବା ରାଜ୍ୟ ଅପେକ୍ଷା ନିଜ ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି । ଅନ୍ୟପଟେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, ରାଜନୈତିକ ଫାଇଦା ଉଠାଇବାକୁ କିଛି ଦଳ ଏହି ବିଲକୁ ବିରୋଧ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/aa-Cover-65itb1mh9nais23b0p6pih0p80-20191209124020.Medi_.jpeg)
/kanak/media/post_attachments/wp-content/uploads/2019/12/09shah-300x244.jpg)