କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନ ବିରୋଧୀ ନିଆଁ ସାରା ଦେଶରେ ଜଳୁଛି । ଉତରପୂର୍ବ ଭାରତରୁ ଆରମ୍ଭ ହୋଇଥିବା ପ୍ରତିବାଦ ଏବେ ଦିଲ୍ଲୀ, ଉତରପ୍ରଦେଶ ସମେତ ଦେଶର ବିଭିନ୍ନ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ବିଭିନ୍ନ ଅଂଚଳରେ ଉତେଜନା ଜାରି ରହିଛି । କିଛି ଅଂଚଳରେ ଡ୍ରୋନ ପରିସ୍ଥିତି ଉପରେ ନଜର ରଖିଛି । ଉତର-ପୂର୍ବ ଦିଲ୍ଲୀରେ ୧୪୪ ଧାରା ଜାରି ହୋଇଛି । କିଛି ଅଂଚଳରେ ଇଂଟରନେଟ୍ ସେବା ବନ୍ଦ ଅଛି । ଲାଲକିଲ୍ଲାରେ ବି ଉତେଜନା ଜାରି ରହିଛି ।

Advertisment

publive-image

ଉତରପ୍ରଦେଶର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି । ବିଶେଷ କରି ପୂର୍ବ ଓ ପଶ୍ଚିମ ଉତରପ୍ରଦେଶର ପ୍ରତିବାଦ ଜୋରଦାର ହୋଇଛି । ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରସାରଣ କରାଯାଉଥିବା କାରଣରୁ ଏଭଳି ପରସ୍ଥିତି ଉପୁଜୁଥିବା ଆଶଙ୍କା କରାଯାଉଛି । ନଗରିକତା ଆଇନ ବିରୋଧରେ ଉତରପ୍ରଦେଶ ବି ଜଳୁଛି । ରାଜ୍ୟର ମୀରଠ, ଗାଜିଆବାଦ, ମୁଜଫରନଗର, ଆଲୀଗଡ, ବରେଲି, ପ୍ରୟାଗରାଜ ଓ ସମ୍ଭଲ ଭଳି ୧୪ ଟି ଜିଲ୍ଲାରେ ଇଂଟରନେଟ୍ ସେବାକୁ ୨୪ ଘଂଟା ପାଇଁ ବନ୍ଦ କରିଛି ସ୍ଥାନୀୟ ପ୍ରଶାସନ ।