ଦେଶବାସୀଙ୍କୁ ୯ ଦିନ ଭିତରେ ମିଳିବ କୋରନା ଟିକା । କେବଳ ଦର ସ୍ଥିର ହେବାକୁ ଅପେକ୍ଷା । ଭାକସିନର ଦାମକୁ ନେଇ ସରକାର ଓ ଟିକା ନିର୍ମାଣକାରୀ କମ୍ପାନୀ ମଧ୍ୟରେ ଚାଲିଛି ଆଲୋଚନା ।

126

କନକ ବ୍ୟୁରୋ : ଖୁବଶୀଘ୍ର ଭାରତରେ ଲୋକଙ୍କୁ ମିଳିଯିବ କରୋନା ଟିକା । ବାସ୍ ଟିକାର ଦାମ୍ ସ୍ଥିର ହୋଇଗଲେ ହେଲା । ଏନେଇ ଏବେ ଟିକା ତିଆରି କରୁଥିବା ସଂସ୍ଥା ସହିତ ଭାରତ ସରକାର ଆଲୋଚନା ଜାରି ରଖିଛନ୍ତି । ଭାରତ ସରକାର ବଡ ପରିମାଣରେ ଟିକା ମଗାଇବାକୁ ଥିବାରୁ , ଏବେ ଦାମ୍ ଆଉ କିଛିଟା କମାଇବାକୁ ଚାହୁଥିବାରୁ , ସଂସ୍ଥା ସହିତ ଟିକାକୁ ନେଇ ଦର ଛିଡୁନି । ଏହି ଅଡୁଆ ତୁଟିଗଲେ ଦେଶରେ ଲୋକଙ୍କୁ କିଛି ଦିନରେ ମିଳିଯିବ କରୋନା ଟିକା ।

ଆଗାମୀ ୯ ଦିନ ଭିତରେ ଭାରତକୁ ମିଳିପାରେ କରୋନା ଟିକା । ବାସ ୍ଔପଚାରିକ ଘୋଷଣାକୁ ଅପେକ୍ଷା । ଏବେ ସାରା ବିଶ୍ୱରେ କରୋନା ମୁକାବିଲାରେ ଭାରତ , ବିଶ୍ୱସ୍ତରରେ ଆଗ ଧାଡିର ଦେଶ ମାନଙ୍କ ସହିତ ଆଗରେ ଚାଲିଛି । ଚଳିତ ମାସରେ ହିଁ ଦେଶବାସୀଙ୍କୁ କରୋନା ଟିକା ମିଳିବା ନେଇ କେନ୍ଦ୍ର ସରକାର ଇସାରା କରିଛନ୍ତି ।

ଭାରତରେ କୋଭିସିଲଡ୍ ଓ କୋଭାକ୍ସିନ୍ ଟିକାର ପ୍ରସ୍ତୁତି ଚାଲିଛି । ଟିକା ନିର୍ମାଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ । ବର୍ତମାନ ଆସିବାକୁ ଥିବା କରୋନା ଟିକାର ଦାମ କେତେ ହେବ ତାକୁ ନେଇ ଦିଲ୍ଲୀ ଏବଂ ସେରମ୍ ଇନଷ୍ଟିଚୁଟ୍ ମଧ୍ୟରେ ଆଲୋଚନା ଚାଲିଛି । ସେରମରେ ଟିକାର ଦାମକୁ ନେଇ ସୂଚନା ଦେଇଛନ୍ତି ସେରମ ଇନଷ୍ଟିଚୁଟ୍ ମୁଖ୍ୟ ଆଦାର ପୁନୱଲା ।

ପ୍ରତି ଭାକସିନକୁ ବ୍ରିଟେନ କିଣିଛି ୪ ରୁ ୫ ଡଲାର ଦାମରେ
ଭାରତକୁ ସ୍ପେଶାଲ ଦରରେ ଟିକା ଯୋଗାଇବ ସେରମ୍
ଭାରତ ପାଇଁ ଟିକାର ଦାମ ରଖାଯାଇଛି ପ୍ରାୟ ୨୦୦ ଟଙ୍କା
ଏହି ଦରକୁ କମାଇବାକୁ କଥାବାର୍ତା ଜାରି ରଖିଛନ୍ତି କେନ୍ଦ୍ର ସରକାର

ସେରମ ଇନଷ୍ଟିଚ୍ୟୁଟ୍ ର ମୁଖ୍ୟ ଆଦାର ପୁନୱଲାଙ୍କ ସୂଚନା ଅନୁସାରେ ଭାରତ ସରକାର ୧୦୦ ମିଲିୟନ୍ ଟିକା କିଣିବାକୁ ଆଲୋଚନା କରିଛନ୍ତି । ତେବେ ସବୁକିଛି କେବଳ କଥାବାର୍ତା ସ୍ତରରେ ରହିଛି । ଆଗକୁ ଏନେଇ ସରକାରୀ ଭାବେ ସ୍ପଷ୍ଟ ହୋଇଗଲେ , କେତେ ଦାମରେ ମିଳିବ ଟିକା, ତାହା ବି ଜଣାପଡିଯିବ ।

ବିଶ୍ୱରେ ଟିକା ନିର୍ମାଣର ସବୁଠାରୁ ବଡ ବଜାର ଅଛି ଭାରତରେ । ଏହା ମଧ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ସେରମ ଇନଷ୍ଟିଚୁଟ୍ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକ୍ । ପ୍ରାଥମିକ ଭାବେ ୭୦ ମିଲିୟନ୍ ଡୋଜ୍ ସେରମ୍ ଭାରତ ସରକାରଙ୍କ ପାଇଁ ପ୍ରସ୍ତୁତ ରଖିଥିବା ସୂଚନା ମିଳିଛି । କେନ୍ଦ୍ର ସରକାରଙ୍କୁ ଟିକା ବିକ୍ରି ପରେ ଘରୋଇ ଡାକ୍ତରଖାନା ଓ ସାଧାରଣ ଲୋକଙ୍କୁ ବି କରୋନା ଟିକା ବିକିବ ସଂସ୍ଥା । ତେବେ ସେତେବେଳେ ଟିକା ପିଛା ଦାମ ରହିପାରେ ପ୍ରାୟ ହଜାରେ ଟଙ୍କା । ଏଥିପାଇଁ ପ୍ରାୟ ୨ ରୁ ୩ ମାସ ଅପେକ୍ଷା କରିବାକୁ ପଡିବ ।

ଟିକାକରଣ ପାଇଁ ଦେଶରେ ଚାଲିଛି ଡ୍ରାଏ ରନ୍ । ଟିକା ବି ପ୍ୟାକିଂ କରିସାରିଲାଣି ସେରମ୍ ଇନଷ୍ଟିଚୁଟ୍ ଅଫ୍ ଇଣ୍ଡିଆ । ତେବେ ଦାମକୁ ନେଇ କଥା ଛିଡିଗଲେ ଲୋକଙ୍କ ନିକଟରେ ପହଁଚିଯିବ କରୋନା ଟିକା ।