ଓଡିଶାରୁ ନିଜ ଦେଶକୁ ଫେରିଲେ ନେଦରଲ୍ୟାଣ୍ଡର ନାଗରିକ । ଟ୍ୟାକ୍ସି ଡ୍ରାଇଭରଙ୍କ ଦ୍ୱାରା ହେଇଥିଲେ ଲୁଟର ଶିକାର ।

462

କନକ ବ୍ୟୁରୋ: ନିଜ ଦେଶକୁ ଫେରିଲେ ଟ୍ୟାକ୍ସି ଚାଳକଙ୍କ ଦ୍ୱାରା ଲୁଟର ଶିକାର ହୋଇଥିବା ନେଦରଲାଣ୍ଡସର ନାଗରିକ । ବିଦେଶୀ ପର୍ଯ୍ୟଟକ ଆନ୍ଥୋନୀ ଟିଆଇ ପରେଡ୍ ମାଧ୍ୟମରେ ଡ୍ରାଇଭରଙ୍କୁ ଚିହ୍ନଟ କରିଥିଲେ । ଏହାପରେ ଡ୍ରାଇଭର ସାଗର ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତକୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ପୋଲିସ ଅଭିଯୁକ୍ତକୁ ରାଜ୍ୟ ବାହାରୁ ଗିରଫ କରି ଆଣିଥିଲା । ଆନ୍ଥୋନୀଙ୍କର ମାର୍ଚ୍ଚ ୧୫ରେ ନାଗପୁରକୁ ଫ୍ଲାଇଟ୍ ଥିବାରୁ ଆଜି ଜିଲ୍ଲା ପ୍ରଶାସନ ଦୁଇ ଜଣ ଅଧିକାରୀ ତାଙ୍କୁ ଭୁବନେଶ୍ୱରରୁ ନାଗପୁର ନେଇଛନ୍ତି । ଗତ ଡିସେମ୍ବର ୧୮ ତାରିଖରେ ଓଡ଼ିଶା ଆସିଥିଲେ ନେଦରଲାଣ୍ଡସର ୭୨ ବର୍ଷୀୟ ଆନ୍ଥୋନୀ । ପୁରୀରେ ରହୁଥିବା ବେଳେ ଟ୍ୟାକ୍ସିରେ ବିଭିନ୍ନ ସ୍ଥାନ ବୁଲିବା ସମୟରେ ଚାନ୍ଦବାଲି ନିକଟରେ ତାଙ୍କ ଗାଡିରୁ ୩ ଲକ୍ଷ ୮୭ ହଜାର ଟଙ୍କା ଲୁଟ୍ ହୋଇଥିଲା । ଗାଡିରେ ଆଉ କେହି ନଥିବାରୁ ଡ୍ରାଇଭରଙ୍କ ଉପରେ ସନ୍ଦେହ ହୋଇଥିଲା । ହେଲେ ଡ୍ରାଇଭର ଅଜବ ଯୁକ୍ତି କରିବାରୁ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।