ଲୋକସଭାରେ ଆସିଲା ବିବାଦୀୟ ନାଗରିକତା ସଂଶୋଧନ ବିଲ୍ । କଂଗ୍ରେସ କହିଲା, ସମ୍ବିଧାନକୁ ଉଲଂଘନ କରୁଛି ବିଲ୍, ଅମିତ ଶାହାଙ୍କ ଯୁକ୍ତି, ସଂଖ୍ୟାଲଘୁଙ୍କ ସହ ହୋଇନାହିଁ ଅନ୍ୟାୟ

513

କନକ ବ୍ୟୁରୋ : ଦେଶରେ ନାଗରିକତା ସଂପର୍କିତ ଏକ ବଡ ପଦକ୍ଷେପ ଅପେକ୍ଷାରେ ମୋଦି ସରକାର । ଆଜି ଲୋକସଭାରେ ନାଗରିକ ସଂଶୋଧନ ବିଲ ଉପସ୍ଥାପନ ହୋଇଛି । ଭୋଟ୍ ବିଭାଜନରେ ବିଲ୍ ସପକ୍ଷରେ ୨୯୩ ଏବଂ ବିରୋଧରେ ୮୨ ଭୋଟ୍ ପଡିଛି । ୨୦୧୬ରେ ଲୋକସଭାର ଅନୁମୋଦନ ଲାଭ କରି ରାଜ୍ୟସଭାରେ ଅଟକି ଯାଇଥିଲା ବିଲ । ଏବେ କିଛି ସଂଶୋଧନ କରି ପୁଣିଥରେ ଏହି ବିଲକୁ ଆଗତ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ତେବେ ଧର୍ମ ଆଧାରରେ ନାଗରିକତା ପ୍ରଦାନ ସହ ମୁସଲିମଙ୍କୁ ଏଥିରୁ ବାଦ ଦିଆଯାଇଥିବା ଅଭିଯୋଗ କରି ବିଲକୁ ବିରୋଧ କରିଛନ୍ତି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ।

ସପକ୍ଷରେ ୨୯୩, ବିରୋଧରେ ୮୨ । ଲୋକସଭାରେ ନାଗରିକ ସଂଶୋଧନ ବିଲ ଆଗତ ହେବ ନା ନାହିଁ, ତା ଉପରେ ଭୋଟ୍ ବିଭାଜନ କରାଇଥିଲେ ବାଚସ୍ପତି ଓମ ବିର୍ଲା । ୨୯୩ ସଦସ୍ୟଙ୍କ ସମର୍ଥନ ସହ ବିଲ ଉପସ୍ଥାପନ ହୋଇଛି ଏବଂ ଦେଶରେ ନାଗରିକତା ସଂପର୍କିତ ଏକ ବଡ ପଦକ୍ଷେପ ପାଇଁ ମୋଦି ସରକାରଙ୍କ ବାଟ ଫିଟିଛି । ୨୦୧୬ରେ ଲୋକସଭାର ଅନୁମୋଦନ ଲାଭ କରି ରାଜ୍ୟସଭାରେ ଅଟକି ଯାଇଥିଲା ବିଲ । ଏବେ କିଛି ସଂଶୋଧନ କରି ପୁଣିଥରେ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ହେଲେ ବିଲକୁ ଜୋରଦାର ବିରୋଧ କରିଛନ୍ତି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ।

ସଂସଦରେ ବିଲ ପାସ ହେଲେ..
– ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଚାଲିଆସିଥିବା ସଂଖ୍ୟାଲଘୁଙ୍କୁ ଭାରତର ନାଗରିକତା ମିଳିପାରିବ
– ଉତ୍ପୀଡନ ଭୟରେ ଚାଲିଆସିଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ, ଜୈନ ଓ ପାର୍ସି ସଂପ୍ରଦାୟର ଲୋକଙ୍କୁ ଏହାର ଫାଇଦା ମିଳିବ
– ଭାରତରେ ୬ ବର୍ଷରୁ ଅଧିକ ସମୟ ରହିଥିଲେ, ଠୋସ ଦସ୍ତାବିଜ ବିନା ମଧ୍ୟ ଏମାନଙ୍କୁ ଭାରତର ନାଗରିକ ବିଚାର କରାଯିବ
– ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରା ଭଳି ଉତର ପୂର୍ବାଂଚଳ ରାଜ୍ୟର ଆଦିବାସୀ ଅଂଚଳରେ ଏହା ଲାଗୁହେବ ନାହିଁ
– ନାଗରିକ ଆଇନ ୧୯୫୫ରେ ସଂଶୋଧନ କରି ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବାକୁ ଚାହୁଁଛନ୍ତି ମୋଦି ସରକାର
ହେଲେ ଧର୍ମ ଆଧାରରେ ନାଗରିକତା ପ୍ରଦାନ ସହ ମୁସଲମାନଙ୍କୁ ଏଥିରୁ ବାଦ ଦିଆଯାଇଥିବା ଅଭିଯୋଗ କରି ବିଲକୁ ବିରୋଧ କରିଆସୁଛନ୍ତି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ।

କୁହାଯାଉଛି ସଂସଦରେ ବିଲ ପାସହେଲେ ଦେଶର ପ୍ରାୟ ୩୧ ହାଜର ୩୧୩ ଲୋକଙ୍କୁ ଫାଇଦା ମିଳିବ ।
ଭାରତରେ କେତେ ବିଦେଶୀ ସଂଖ୍ୟାଲଘୁ?
– ମୋଟ୍ – ୩୧, ୩୧୩
– ହିନ୍ଦୁ- ୨୫, ୪୪୭
– ଶିଖ୍- ୫, ୮୦୭
– ଖ୍ରୀଷ୍ଟିଆନ- ୫୫
– ବୌଦ୍ଧ- ୦୨
– ପାର୍ସି- ୦୨

ଏହି ସଂଖ୍ୟା ଖୁବ କମ୍ ଦେଖାଯାଉଥିଲେ ବି ମୋଦି ସରକାରଙ୍କୁ ବଡ ଫାଇଦା ଦେବା ଅନୁମାନ କରାଯାଉଛି । କାରଣ ଏହା ବିଜେପି ଓ ମୋଦି ସରକାରଙ୍କ ହିନ୍ଦୁତ୍ୱବାଦୀ ଛବିକୁ ଆହୁରି ମଜବୁତ କରିବ । ଆଗକୁ ହେବାକୁ ଥିବା ଦିଲ୍ଲୀ ଓ ବିହାର ବିଧାନସଭା ନିର୍ବାଚନ କୁହନ୍ତୁ କିମ୍ବା ୨୦୨୧ରେ ପଶ୍ଚିମବଙ୍ଗ ଓ ଆସାମ ନିର୍ବାଚନରେ ଏହା ବିଜେପିକୁ ଲାଭ ଆଣି ଦେଇପାରେ ।