ପୁଲିସ କି ଏମଭିଆଇ ନୁହନ୍ତି, ଏଣିକି ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କୁ ଧରିବେ ସାଧାରଣ ଜନତା। ଓଡିଶାରେ ଆରମ୍ଭ ହେବ ‘ସିଟିଜେନ ରିପୋର୍ଟିଂ’। ନିୟମ ଖିଲାପି ଚାଳକଙ୍କ ଫଟୋ କିମ୍ବା ଭିଡିଓ ପଠାଇଲେ ମିଳିବ ଟଙ୍କା

Advertisment
ପୁଲିସ କି ଏମଭିଆଇ ନୁହନ୍ତି, ଏଣିକି ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କୁ ଧରିବେ ସାଧାରଣ ଜନତା। ଓଡିଶାରେ ଆରମ୍ଭ ହେବ ‘ସିଟିଜେନ ରିପୋର୍ଟିଂ’। ନିୟମ ଖିଲାପି ଚାଳକଙ୍କ ଫଟୋ କିମ୍ବା ଭିଡିଓ ପଠାଇଲେ ମିଳିବ ଟଙ୍କା

କନକ ବ୍ୟୁରୋ: ପୁଲିସ କି ଏମଭିଆଇ ନୁହନ୍ତି, ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଗାଡି ଚାଳକଙ୍କୁ ଧରିବେ ସାଧାରଣ ନାଗରିକ । ଗାଡି ଚଳାଉଥିବା ବେଳେ ନିୟମ ଖିଲାପି କରୁଥିବା ଚାଳକଙ୍କ ଫଟୋ କିମ୍ବା ଭିଡିଓ ଯେ କୌଣସି ନାଗରିକ ନିଜ ମୋବାଇଲରେ ରେକର୍ଡ କରି ପରିବହନ କମିସନଙ୍କ କାର୍ଯ୍ୟାଳୟକୁ ପଠାଇ ପାରିବେ । ଏଥିପାଇଁ ସିଟିଜେନ ରିପୋର୍ଟିଂ ନାମରେ ଏକ ମୋବାଇଲ ଆପ୍ ରାଜ୍ୟରେ ପ୍ରଥମ ଥର  ପାଇଁ ଆରମ୍ଭ ହେବାକୁ ଯାଉଛି ।  ଏହି ଆପ୍ ଜରିଆରେ ଖିଲାପିଙ୍କ ଗାଡି ନମ୍ବର ସହିତ କି ପ୍ରକାର ନିୟମ ସଂପୃକ୍ତ ଚାଳକ ଖିଲାପି କରିଛନ୍ତି, ଏହାର ଫଟୋ କିମ୍ବା ଭିଡିଓ ରେକର୍ଡ କରି ଉକ୍ତ ଆପ୍ଲିକେସନରେ ଅପଲୋଡ କରିପାରିବେ ସାଧାରଣ ନାଗରିକ ।

publive-image

ତେବେ ଏପ୍ରକାରର ଯୋଜନା ଗୋଆ ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଓଡିଶାରେ ଲାଗୁ ହେବାକୁ ଯାଉଛି । ଫଟୋ କିମ୍ବା ଭିଡିଓ ପଠାଇଥିବା ବ୍ୟକ୍ତିଙ୍କୁ ପରିବହନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯିବାକୁ ନିଷ୍ପତି ମଧ୍ୟ ହୋଇଥିବା ସୂଚନା ମିଳିଛି । ତେବେ ଗୋଆରେ  ଟ୍ରାଫିକ୍ ନିୟମ ଖିଲାପିଙ୍କୁ ସାବାଡ କରିବା ପାଇଁ ‘ସିଟିଜେନ ରିପୋର୍ଟିଂ’ ବ୍ୟବସ୍ଥା ଚଳିତ ବର୍ଷରୁ ଆରମ୍ଭ ହୋଇଛି । ଯେଉଁଥିରେ ବିପରୀତ ଦିଗରେ ଗାଡି ଚାଳନା, ଫୁଟପାଥରେ ଗାଡି ପାର୍କିଂ , ଷ୍ଟପ ସିଗନାଲ ଥିବା ବେଳେ ଜେବ୍ରା କ୍ରସିଂ ଅତିକ୍ରମ କରିବା, ବାଇକରେ ତିନି ଜଣ ଯିବା, ସିଟ ବେଲ୍ଟ ବ୍ୟବହାର ନକରିବା, ଗାଡି ଚଳାଉଥିବା ବେଳେ ମୋବାଇଲ ଫୋନ ବ୍ୟବହାର କରୁଥିବା ଚାଳକଙ୍କ ଫଟୋ କିମ୍ବା ଭିଡିଓ ଯେ କୌଣସି  ସାଧାରଣ ନାଗରିକ ନିଜ ଫୋନରେ ଉଠାଇ ପରିବହନ କମିସନଙ୍କ କାର୍ଯ୍ୟାଳୟକୁ ପଠାଇ ପାରିବେ ।

publive-image

ଏନଆଇସି ତଥା ନ।।ସନାଲ ଇନଫରମେସନ ସେଂଟର ପକ୍ଷରୁ ‘ସିଟିଜେନ ରିପୋର୍ଟିଂ’ ନାମକ ଏକ ମୋବାଇଲ ଆପ୍ଲିକେସନ ପ୍ରସ୍ତୁତ କରାଯାଇଛି । ମୋଟର ଯାନ ଆଇନର ଭିନ୍ନ ଭିନ୍ନ ନିୟମ ଖିଲାପର ଫଟୋ ଏବଂ ଭିଡିଓ ରେକର୍ଡ ପାଇଂ ପଢଥକ ପୃଥକ ପଏଂଟ ରେକର୍ଡ କରିଥିବା ସାଧାରଣ ନାଗରିକଙ୍କ ଦିଆଯିବ । ପ୍ରତି ୧୦୦ ପଏଂଟରେ ୧ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ଦେବାକୁ ଯୋଜନା କରାଯାଉଥିବା କୁହାଯାଇଛି । କିନ୍ତୁ ଅର୍ଥରାଶି ବୃଦ୍ଧି ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe