କନକ ବ୍ୟୁରୋ : ମୁମ୍ବାଇ ବିମାନବନ୍ଦରରେ ସଲମାନଙ୍କୁ ଅଟକାଇଥିବା ଓଡ଼ିଆ ଯବାନଙ୍କ ଉପରେ ନିଆଯାଇନି କୌଣସି କାର୍ଯ୍ୟାନୁଷ୍ଠାନ । ଏନେଇ ଟ୍ୱିଟ କରି ସିଆଇଏସଏଫ ପକ୍ଷରୁ ସୂଚନା ଦିଆଯାଇଛି । ଯବାନଙ୍କ ଡ୍ୟୁଟିକୁ ସିଆଇଏସଏଫ ପକ୍ଷରୁ ପ୍ରଶଂସା କରାଯାଇଛି । ମୁମ୍ବାଇ ବିମାନ ବନ୍ଦରରେ ସଲମାନଙ୍କୁ ଅଟକାଇ ଚର୍ଚ୍ଚାକୁ ଆସିଛନ୍ତି ନୟାଗଡ଼ର ସୋମନାଥ ମହାନ୍ତି । ଏୟାରପୋର୍ଟରେ ସଲମାନ ମାସ୍କ ପିନ୍ଧିନଥିଲେ ଏବଂ ତାଙ୍କ କାଗଜପତ୍ର ଯାଂଚ ପାଇଁ ଅଟକାଇଥିଲେ ଓଡ଼ିଆ ଯବାନ ।
ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଖବର ଆସିଥିଲା । ତାଙ୍କ ମୋବାଇଲ ଜବତ କରିଥିବା ଚର୍ଚ୍ଚା ହୋଇଥିଲା । ତାଙ୍କ ବିରୋଧରେ ସେପରି କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସିଆଇଏସଏଫ ପକ୍ଷରୁ ସୂଚନା ଦିଆଯାଇଛି । ଟାଇଗର-ଥ୍ରୀର ସୁଟିଂ ପାଇଁ ଏକ ଘରୋଇ ଜେଟ୍ରେ ରୁଷିଆ ଯିବା ଲାଗି ମୁମ୍ବାଇ ବିମାନବନ୍ଦରରେ ପହଂଚିଥିଲେ ଅଭିନେତା ସଲମାନ ଖାନ । ପ୍ରଶଂସକ ଓ ଫଟୋଗ୍ରାଫରଙ୍କ ଭିଡ ଭିତରେ ସଲମାନ ବିମାନବନ୍ଦର ଗେଟରେ ପହଂଚିବା ପରେ ତାଙ୍କୁ ପାସପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଂଚ ପାଇଁ ଅଟକାଇଥିଲେ ସୋମନାଥ । ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/14-27.jpg)